Categories: ଜାତୀୟ

ସିବିଆଇ ଜାଲରେ ରିୟା ଚକ୍ରବର୍ତ୍ତୀ, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୬।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ସିବିଆଇ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୬ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି। ସେମାନେ ହେଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସା ଚକ୍ରବର୍ତ୍ତୀ, ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଶ୍ରୁତି ମୋଦିଙ୍କ ନାଁ ରହିଛି। ତେବେ ଏତଲା ହୋଇଥିବା ସପ୍ତମ ଅଭିଯୁକ୍ତଙ୍କ ନାଁ ସ୍ବଷ୍ଟ ହୋଇନି। ୩୪୧, ୩୪୨, ୩୮୦, ୪୦୬, ୪୨୦, ୩୦୬, ୫୦୬, ୧୨୦ ବି ଆଇପିସିରେ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ, ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହାପରେ ରାଜ୍ୟପାଳ ଓ କେନ୍ଦ୍ର ସରକାର ମଧ୍ୟ ଏଥିରେ ରାଜି ହୋଇଥିଲେ।

Share