Categories: ଜାତୀୟ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଦାଖଲ କଲା ଚାର୍ଜସିଟ, ମନିଷ ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ,୨୫ ।୧୧: ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ଶୁକ୍ରବାର ଅର୍ଥାତ୍ ୨୫ ଡିସେମ୍ବର ୨୦୨୨ରେ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟ ପ୍ରାୟ ୭ ଜଣଙ୍କ ବିରୋଧରେ ଦାଖଲ କରାଯାଇଛି । ସିବିଆଇ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଏହି ଅଭିଯୋଗ ପତ୍ର ଦାଖଲ କରିଛି । ଏହି କୋର୍ଟରେ ଅବକାରୀ ନୀତି ଘୋଟାଲାର ଶୁଣାଣି ହେଉଛି ।
ସିବିଆଇ କହିଛି ଯେଉଁ ୭ ଜଣଙ୍କ ବିରୋଧରେ ଚାଜସିଟ ଦାଖଲ କରାଯାଇଛି ସେମାନଙ୍କ ମଧ୍ୟରୁ ୩ ଜଣ ପବ୍ଲି୍ଲିକ ସର୍ଭାଣ୍ଟ । ଏହାସହ କୋର୍ଟଙ୍କୁ ସିବିଆଇ କହିଛି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ବିରୋଧରେ ଏବେ ଯାଞ୍ଚ ଚାଲିଛି । ଏହି ଚାର୍ଜସିଟ ଯେଉଁ ୭ ଜଣଙ୍କ ବିରୋଧରେ ଦାଖଲ କରାଯାଇଛି ସେମାନେ ହେଲେ ବିଜୟ ନାୟାର, ଅଭିଶେକ ବୋଇନପଲ୍ଲୀ, ସମିର ମହେନ୍ଦ୍ରୁ, ମୁତ୍ଥା ଗୌତମ, ଅରୁଣ ଆର ପିଲ୍ଲଇ । ଏହା ବ୍ୟତୀତ ସିବିଆଇ ଏକ୍ସାଇଜକୁ ଦୁଇ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଚାର୍ଜସିଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସେଡିଆଙ୍କ ନାମ ନାହିଁ । ଏବେ ଏହି ଚାର୍ଜସିଟ ଉପରେ କୋର୍ଟରେ ମାମଲାର ଶୁଣାଣି ହେବ ।

Share