୨ ଚିଟ୍‌ଫଣ୍ଡ ସଂସ୍ଥାର ୨୫ ଜଣଙ୍କ ନାମରେ ସପ୍ଲିମେଣ୍ଟରି ଚାର୍ଜଶିଟ୍‌ ଦାଖଲକଲା ସିବିଆଇ

ଭୁବନେଶ୍ୱର,୧୯। ୯ (ବ୍ୟୁରୋ): ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏବିସି ଇନ୍ଦିୟା ଓ ଗୋଲ୍ଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ ଲିମିଟେଡର ୨୫ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଛି। ଭୁବନେଶ୍ୱର ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟରେ ଏହି ଚାର୍ଜଶିଟ୍‌ ଦାଖଲ ହୋଇଛି। ଗୋଲ୍ଡଡେନ୍‌ ଲ୍ୟାଣ୍ଡ୍‌ ଓଡ଼ିଶାରୁ ୮୬୨ କୋଟି ଟଙ୍କା ଠକେଇ କରିଥିଲା। ୨୦୧୪ରେ ସୁପ୍ରମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୪ ଜୁନ୍‌ ୫ରେ ସିବିଆଇ ଏହି ସଂସ୍ଥା ନାମରେ ମାମଲା ରୁଜୁ କଲା ଓ ୨୦୧୯ ଜୁନ୍‌ ୧୧ରେ ପ୍ରାଥମିକ ଚାର୍ଜଶିଟ୍‌ ଦାଖଲ କରିଥିଲା। ସେହିପରି ଏବିସି ଇନ୍ଦିୟାର ସାରା ଦେଶରେ ଶାଖା ଖୋଲି ୬୩ କୋଟି ୭୨ଲକ୍ଷ୯୫ ହଜାର ୪୫୪ ଟଙ୍କା ଠକେଇ କରିଥିବାବେଳେ ଓଡ଼ିଶାରେ ୧୩ କୋଟି ୪୯ଲକ୍ଷ୮୩ ହଜାର ୯୫୧ ଟଙ୍କା ଠକି ନେଇଥିଲା। ୨୦୧୪ ଜୁନ ୫ରେ ସିବିଆଇ ମାମଲା ରୁଜୁ କରିଥିଲା। ୨୦୧୯ ଏପ୍ରିଲ ୩୦ରେ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ ହୋଇଥିଲା।

Share