ସିବିଆଇ ହାତରେ ୧୦୦୦ ପୃଷ୍ଠାର ପ୍ରମାଣ

ଅହମଦାବାଦ,୨୬ା୬ : ଗୁଜରାଟ ସରକାର ଏନ୍‌ଇଇଟି-ୟୁଜି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିବାର ଦିନକ ପରେ ଏହାର ଏକ ଟିମ୍‌ ସୋମବାର ଗୋଧ୍ରାରେ ପହଞ୍ଚତ୍ ସ୍ଥାନୀୟ ପୋଲିସଠାରୁ ୧୦୦୦ ପୃଷ୍ଠାରୁ ଊର୍ଦ୍ଧ୍ୱ କାଗଜପତ୍ର ଗ୍ରହଣ କରିଛି। ସେଠାର ପର୍‌ଭାଡ଼ି ଗ୍ରାମରେ ଥିବା ଜୟ ଜଲାରାମ ସ୍କୁଲ୍‌ରେ ପରୀକ୍ଷା ପରିଚାଳନାରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାତରେ ଥିବା ୫ ଜଣଙ୍କୁ ଜେରା ପାଇଁ ନିଜ ହେପାଜତକୁ ନେବା ନିମନ୍ତେ ସିବିଆଇ ଟିମ୍‌ ଗୋଧ୍ରାର ଜିଲା କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ସିବିଆଇ ବର୍ତ୍ତମାନ ସୁଦ୍ଧା ଗୁଜରାଟ, ବିହାର ଏବଂ ରାଜସ୍ଥାନରୁ ୩ଟି ନୂଆ ମାମଲା ଗ୍ରହଣ କଲାଣି। ଗୁଜରାଟ ପୋଲିସ ତଦନ୍ତରୁ ଫୋନ୍‌ ଲୋକେଶନ ଡାଟା ଏବଂ ଅଭିଯୁକ୍ତମାନଙ୍କ କାର୍ଯ୍ୟକଳାପ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ପ୍ରମାଣ ମଧ୍ୟରେ ପରୀକ୍ଷାର ଦିନକ ପୂର୍ବରୁ ଅଭିଯୁକ୍ତମାନଙ୍କ ମଧ୍ୟରେ ମିଟିଂର ଡିଜିଟାଲ ଭିଡିଓ ରେକର୍ଡିଂ, ଛାତ୍ରୀଛାତ୍ର ପୈଠ କରିଥିବା ମୋଟ ୨.୩ କୋଟି ଟଙ୍କାର ଅଗ୍ରିମ ଚେକ୍‌ ଆଦି ରହିଛି।

ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା ଛାତ୍ର ଅଧିକାର କର୍ମୀ ଯୁବରାଜ ଜାଡେଜାଙ୍କ ଅଭିଯୋଗ ଅନୁଯାୟୀ ପରଶୁରାମ ରାୟ ତାଙ୍କ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ପ୍ରଶ୍ନପତ୍ରକୁ ଫାଙ୍କା ଛାଡ଼ିଆସିବାକୁ ପରାମର୍ଶ ଦେଇଥିଲେ। ସେଗୁଡ଼ିକରେ ଉତ୍ତର ତୁଷାର ଭଟ୍ଟ ଭରିବାର ଥିଲା। ପିଲାମାନଙ୍କୁ ପାସ୍‌ କରାଇଦେବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ନିଆଯାଇଥିଲା। ତଦନ୍ତ ବେଳେ ପରୀକ୍ଷାର ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଥିବା ଭଟ୍ଟଙ୍କ କାରରୁ ୭ ଲକ୍ଷ ଟଙ୍କା ଜବତ ହୋଇଛି। କାଗଜାତ ପ୍ରମାଣ ଭାବେ ମୋବାଇଲ ଫୋନ୍‌ରୁ ପରୀକ୍ଷାର୍ଥୀମାନଙ୍କ ତାଲିକା ସହ ସେଥିରେ ଧୂସର ଓ କଳା ଚିହ୍ନରେ କୋଡ୍‌ ଟିବି (ତୁଷାର ଭଟ୍ଟ) ଏବଂ ପିଆର୍‌ (ପରଶୁରାମ ରାୟ) ଚିହ୍ନଟ କରାଯାଇଛି। ଛାତ୍ରମାନେ ପରୀକ୍ଷା ଠକେଇରେ ସାମିଲ ଥିଲେ ବୋଲି ଏଥିରୁ ସୂଚନା ମିଳିଛି। ସେମାନେ ମୋଟ ୨.୮୨ କୋଟି ଟଙ୍କାର ଅଗ୍ରିମ ଚେକ୍‌ ଦେଇଥିବାବେଳେ ସେଥିରୁ ୬୬ ଲକ୍ଷ ପରଶୁରାମଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ଏହା ବ୍ୟତୀତ ଅଭିଭାବକମାନେ ମଧ୍ୟ ଅଭିଯୁକ୍ତଙ୍କୁ ବ୍ଲାଙ୍କ୍‌ ଚେକ୍‌ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରୁ ବାହାରିବାର ୭ଦିନ ପରେ କେମିତି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ, ଜାଣନ୍ତୁ…

ରାଞ୍ଚି,୪।୭: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ-ଆରଜେଡି ମିଳିତ ମଞ୍ଚର ନୂତନ ନେତା ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହେମନ୍ତ...

ମୋଦିଙ୍କ ଗଡ଼ ଗୁଜରାଟ ଯିବେ ରାହୁଲ

ନୂଆଦିଲ୍ଲୀ,୪।୭: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର ଏମପି ରାହୁଲ ଗାନ୍ଧୀ ଶନିବାର (୬ ଜୁଲାଇ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼...

ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ

ହାଥରସ,୭।୪: ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲାର ୭୨ ଘଣ୍ଟା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ୬ଜଣ ଆୟୋଜକ ବୋଲି...

ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ...

ହଠାତ୍‌ କାହିଁକି ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୪।୭: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶର...

ତୃତୀୟଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍‌

ରାଞ୍ଚି,୪।୭: ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ୍‌ ଶପଥ ନେଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ରାଜ ଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି। ୫ ମାସ...

ଏହି ଦିନ ରୁଷିଆ ଗସ୍ତରେ ଯିବେ ମୋଦି: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୮-୧୦ରେ ରୁଷିଆ ଫେଡେରେଶନ ଏବଂ ଅଷ୍ଟ୍ରିଆ ରିପବ୍ଲିକକୁ ଏକ ସରକାରୀ ଗସ୍ତ କରିବେ। ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର...

ହଠାତ୍‌ ଶ୍ରମିକଙ୍କ ନିକଟରେ ପହଞ୍ଚି ସୁଖ ଦୁଃଖ ବୁଝିଲେ ରାହୁଲ

ନୂଆଦିଲ୍ଲୀ,୪।୭: ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କିଙ୍ଗସୱେ କ୍ୟାମ୍ପରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧୀ କିଙ୍ଗସୱେ କ୍ୟାମ୍ପର ଲେବର ଚୌକରେ କେତେଜଣ ଶ୍ରମିକଙ୍କୁ ଭେଟିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri