ବିଧାନସଭାରେ ସିବିଆଇ ତଦନ୍ତ ଦାବି

ମୁମ୍ବାଇ,୪।୮:ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ବାଦବିବାଦ ଲାଗିଥିବାବେଳେ ମୁମ୍ବାଇ ପୋଲିସ ସୋମବାର ରହସ୍ୟ ଖୋଲିଛି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ମାନସିକ ଭାବେ ଚାପଗ୍ରସ୍ତ ଥିଲେ। ବାଇପୋଲାର ଡିଜ୍‌ଅର୍ଡର ଯୋଗୁ ସେ ଚିକିତ୍ସିତ ହେବା ସହ ଔଷଧ ମଧ୍ୟ ଖାଉଥିଲେ ବୋଲି ମୁମ୍ବାଇ ପୋଲିସ ମୁଖ୍ୟ ପରମ୍‌ବୀର ସିଂ ପ୍ରକାଶ କରିଛନ୍ତି। ଏନେଇ ଡାକ୍ତର ମତ ରଖିଥିବା ସେ ପ୍ରକାଶ କରିଛନ୍ତି।
ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ ଜୁନ୍‌ ୮ରେ ଆତ୍ମହତ୍ୟା କରିଥିବା ବେଳେ ଏହାକୁ ନେଇ ସୁଶାନ୍ତ ଚିନ୍ତିତ ଥିଲେ। ସର୍ବଦା ମାନସିକ ଚାପରେ ରହୁଥିଲେ। ଶେଷରେ ସେ କଷ୍ଟହୀନ ମୃତ୍ୟୁ ଚାହୁଁଥିବା ଗୁଗଲରେ ଦର୍ଶାଇଥିଲେ। ତାଙ୍କ ମୋବାଇଲ ଓ ଲାପ୍‌ଟପ୍‌ରୁ ଏହା ଜଣାପଡ଼ିଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, ସେନେଇ ତଦନ୍ତ କରାଯାଉଥିବା ମୁମ୍ବାଇ ପୋଲିସ ପ୍ରକାଶ କରିଛି। ମାମଲାରେ କୌଣସି ରାଜନେତାଙ୍କ ନାମ ନାହିଁ। ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତଙ୍କ ପରିବାର ଆଣିଥିବା ଅଭିଯୋଗର ତଦନ୍ତ ଚାଲିଛି। ସୁଶାନ୍ତଙ୍କ ଆକାଉଣ୍ଟରେ ୧୮ କୋଟି ଟଙ୍କା ଥିଲା। ତାଙ୍କ ଆକାଉଣ୍ଟରେ ଏବେ ୪.୫ କୋଟି ଅଛି। ପ୍ରାୟ ୧୫ କୋଟି ହେର୍‌ଫେର୍‌ ହୋଇଛି। ହେଲେ ସୁଶାନ୍ତଙ୍କ ଆକାଉଣ୍ଟରୁ ରିଆଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସି ନ ଥିବା ତଦନ୍ତରୁ ଜଣାପଡ଼ିଛି। ରିଆଙ୍କ ସମେତ ମୋଟ ୫୬ ଜଣଙ୍କୁ ଏହି ମାମଲାରେ ଜେରା କରାଯାଇଛି ବୋଲି ପରମ୍‌ବୀର କହିଛନ୍ତି। ରିଆ ପୋଲିସକୁ ସହଯୋଗ କରୁଛନ୍ତି ଓ ତାଙ୍କ ବୟାନ ରେକର୍ଡ କରାଯାଇଛି। ମାମଲାର ବିଭିନ୍ନ ଦିଗକୁ ମୁମ୍ବାଇ ପୋଲିସ ତନ୍ନ ତନ୍ନ କରି ଦେଖୁଛି ବୋଲି ପରମ୍‌ବୀର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ହଳଦୀରେ ସୀସା ସ୍ତର ୧୦୦ ଗୁଣା ଅଧିକ

ନୂଆଦିଲ୍ଲୀ, ୧୩।୧୧: ଭାରତ, ପାକିସ୍ତାନ, ନେପାଳ ପରି ଏସୀୟ ଦେଶଗୁଡ଼ିକରେ ବିକ୍ରି ହେଉଥିବା ହଳଦୀରେ ସୀସାର ବିଷାକ୍ତ ମାତ୍ରା ମିଳିଛି। ଉକ୍ତ ଦେଶଗୁଡ଼ିକରେ ମିଳୁଥିବା ହଳଦୀରେ...

ଝାଡ଼ଖଣ୍ଡରେ ମତଦାନ ଆରମ୍ଭ

ରାଞ୍ଚି,୧୩।୧୧: ଝାଡ଼ଖଣ୍ଡରେ ୪୩ ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। କଡ଼ା ସୁରକ୍ଷା ମଧ୍ୟରେ ଭୋଟିଂ ଆରମ୍ଭ ହୋଇଯାଇଛି। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫...

ମତଦାନ ପୂର୍ବରୁ ବଡ଼ ଓଲଟପାଲଟ, ଝାଡଖଣ୍ଡ ନିର୍ବାଚନରେ ହେବ ଓଡ଼ିଶା ଭଳି ରେଜଲ୍ଟ!

ନୂଆଦିଲ୍ଲୀ,୧୨।୧୧: ବୁଧବାର ଝାଡ଼ଖଣ୍ଡରେ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ହେଉଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ । ୬୮୩...

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା Song Jae Rim

ସିଓଲ: କୋରିଆନ୍‌ ଡ୍ରାମା ପ୍ରଶଂସକଙ୍କ ଲାଗି ଦୁଃଖଦ ଖବର। ୩୯ ବର୍ଷ ବୟସରେ ଦକ୍ଷିଣ କୋରିଆର ଜଣାଶୁଣା ଅଭିନେତା ସଙ୍ଗ ଜେ ରିମଙ୍କ ମୃତ୍ୟୁ ଘଟିଛି।...

ସବୁ ମାସର ଦ୍ୱିତୀୟ ଶନିବାର ଛୁଟି ରହିବ ସ୍କୁଲ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୨।୧୧: ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଖୁସି ଖବର । ଏଣିକି ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ରହିବ ସ୍କୁଲ। ରାଜ୍ୟ ସରକାର ଏନେଇ ବଡ଼...

ଭୂକମ୍ପ ଝଟ୍‌କାରେ ଥରିଲା ସିକ୍କିମ

ଗ୍ୟାଙ୍ଗଟକ୍‌,୧୨।୧୧: ଥରିଲା ସିକ୍କିମ। ମଙ୍ଗଳବାର ଅପରାହ୍ନରେ ରାଜ୍ୟର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ଥିବା ଜଣାପଡ଼ିଛି।...

୧୦ ଲକ୍ଷ ଯୁବପିଢିଙ୍କୁ ମିଳିବ ଚାକିରି, ଏମାନଙ୍କର ଅଛି ଅଧିକ ଡିମାଣ୍ଡ

ନୂଆଦିଲ୍ଲୀ,୧୨।୧୧: ଦେଶରେ ଅନେକ ଯୁବପିଢି ଅଛନ୍ତି ଯେଉଁମାନେ ଚାକିରି ଖୋଜୁଛନ୍ତି, ତେବେ ସେମାନଙ୍କ ପାଇଁ ଖୁସି ଖବର। ଭାରତରେ ବଢୁଥିବା ସେମିକଣ୍ଡକ୍ଟର କ୍ଷେତ୍ରରେ ଲକ୍ଷ ଲକ୍ଷ...

ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍‌ରେ ଚାଞ୍ଚଲ୍ୟକର ଖୁଲାସା

ପୁଣେ,୧୨।୧୧: ମହାରାଷ୍ଟ୍ରରେ ଭୋଟଦାନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏକ ଦାବି କରି ରାଜନୈତିକ ଉଷ୍ମତା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri