ଝାରସୁଗୁଡ଼ା ଅଫିସ,୩୦।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକରି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଏଥିରେ ଉଲ୍ଲେଖ ରହିଛି, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ତାଙ୍କ ରୋଷେୟା ଆମତ୍ହତ୍ୟା କରିଥିବା କୁହାଯାଉଛି ା ଯଦି ସେ ଆମତ୍ହତ୍ୟା କଲେ କାହିଁକି ରାତାରାତି ତାଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଗଲା। ଏହା ନିୟମ ବିରୋଧୀ ବୋଲି କଂଗ୍ରେସ ଅଭିଯୋଗ କରିଛି। ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ଦଳ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ବେଳେ ଜିଲା କଂଗ୍ରେସ କମିଟି ଉପସଭାପତି ସୀୟାରାମ ଦାସ, ସାଧାରଣ ସମ୍ପାଦକ ମନିଷ ବାଜପେୟୀ, ଅଶୋକ ମିଶ୍ର, ପ୍ରଶାନ୍ତ ତ୍ରିପାଠୀ, ମହେନ୍ଦ୍ର ନାୟକ, ସାହାରୁଖ ଖାନ, ତ୍ରିଲୋଚନ ଡନସେନା, ନିରଞ୍ଜନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।