ନୂଆଦିଲ୍ଲୀ,୭।୩: ପୂର୍ବ ରେଳ ମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ମଙ୍ଗଳବାର ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ପଚରାଉଚରା କରିବ। ଲାଲୁ ବର୍ତ୍ତମାନ ଦିଲ୍ଲୀରେ ଥିବା ବେଳେ ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରେ ହିଁ ସିବିଆଇ ଜେରା କରିବ ବୋଲି ଜଣାପଡିଛି। ଏହାପୂର୍ବରୁ ସିବିଆଇ ସୋମବାର ପାଟନାରେ ରାବ୍ରୀ ଦେବୀଙ୍କୁ ୪ ଘଣ୍ଟା ଜେରା କରିଥିଲା। ସୋମବାର ସିବିଆଇ ଲ୍ୟାଣ୍ଡ ଫର୍ ଜବ ସ୍କାମ ମାମଲାରେ ପଚରାଉଚରା କରିବା ପାଇଁ ଲାଲୁଙ୍କୁ ସମନ ପଠାଇଥିଲା।