ରିଆଙ୍କର ହେବ ପଲିଗ୍ରାଫ ଟେଷ୍ଟ!

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ସିବିଆଇ ହାତରେ। ସିବିଆଇ ଶୁକ୍ରବାର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତିଙ୍କୁ ପଚରାଉଚରା କରିଛି। ଏବେ ମିଳିଥିବା ସୂଚନାରୁ ଜଣାପଡିଛି କି ସିବିଆଇ ରିଆଙ୍କର ପଲିଗ୍ରାଫ ଟେଷ୍ଟ କରିପାରେ। ୨-୩ ରାଉଣ୍ଡ ପଚରାଉଚରା ପରେ ଏବେ ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ତେବେ ଏଥିପାଇଁ କୋର୍ଟରୁ ଅନୁମତି ଆଣିବାକୁ ପଡିବ ଓ ରିଆଙ୍କଠାରୁ ବି ଅନୁମତି ନେବାକୁ ପଡିବ। ସୂଚନାଯୋଗ୍ୟ, ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଶନିବାର ଅର୍ଥାତ୍‌ ଦ୍ୱିତୀୟ ଦିନରେ ବି ସିବିଆଇ ରିଆଙ୍କୁ ପଚରାଉଚରା କରିବ। ଶୁକ୍ରବାର ସିବିଆଇ ଏହି ମାମଲାରେ ରିଆଙ୍କୁ ପାଖାପାଖି ୧୦ ଘଣ୍ଟା ଜେରା କରିଥିଲା।

Share