Categories: ଜାତୀୟ

ଶିବକୁମାରଙ୍କ ବିରୋଧରେ ସିବିଆଇ ପିଟିଶନ ଖାରଜ

ନୂଆଦିଲ୍ଲୀ,୧।୮: କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ବିରୋଧରେ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଥିବାବେଳେ ତଦନ୍ତକାରୀ ସଂସ୍ଥା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ସୋମବାର ମନା କରିଛନ୍ତି। ଜଷ୍ଟିସ ବି.ଆର୍‌. ଗଭାଇ, ସି.ଟି ରବିକୁମାର ଏବଂ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ସିବିଆଇ ପିଟିଶନକୁ ଖାରଜ କରିଦେଇଛନ୍ତି।
ମାମଲା ଏବେ କର୍ନାଟକ ହାଇକୋର୍ଟର ଜଣିକିଆ ଖଣ୍ଡପୀଠରେ ବିଚାରାଧୀନ ରହିଛି। ଦୁର୍ନୀତି ମାମଲାରେ ସିବିଆଇ ଶିବକୁମାରଙ୍କ ବିରୋଧରେ ଏତଲା ଦାଏର କରିଥିବାବେଳେ ଏହାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Share