Categories: ଜାତୀୟ

ମହୁଆ ମୋଇତ୍ରାଙ୍କ ବିରୋଧରେ ହେବ ସିବିଆଇ ତଦନ୍ତ, ବଡ଼ ଦାବି କଲେ ଭାଜପା ଏମପି

ନୂଆଦିଲ୍ଲୀ,୮।୧୧: ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ଟଙ୍କା ନେଇଥିବା ଅଭିଯୋଗ ମାମଲାରେ ଭାଜପା ଏମପି ନିଶିକାନ୍ତ ଦୁବେ ବୁଧବାର ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରେ ଏକ ବଡ ଦାବି କରିଛନ୍ତି। ଲୋକପାଳ ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୋସିଆଲ ମିଡିଆରେ ନିଶିକାନ୍ତ ଦୁବେ କହିଛନ୍ତି।

ଅନ୍ୟପଟେ ମହୁଆ ଏହାରି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋର ଉତ୍ତର ଜାଣିବାକୁ ଗଣମାଧ୍ୟମ ପ୍ରତିନିଧିମାନେ କଲ୍ କରୁଛନ୍ତି। ତେବେ ସିବିଆଇ ଯାଞ୍ଚ ବିଷୟରେ ସେ କହିଛନ୍ତି ଯେ, ଏଥିପାଇଁ ସିବିଆଇକୁ ପ୍ରଥମେ ୧୩ ହଜାର କୋଟି ଟଙ୍କାର ଆଦାନୀ କୋଇଲା ସ୍କାମ ମାମଲାରେ ଏଫଆଇଆର ରେଜିଷ୍ଟର କରିବାକୁ ପଡିବ।

ମହୁଆ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ସୁରକ୍ଷା ପ୍ରସଙ୍ଗ ହେଉଛି ସନ୍ଦେହଜନକ ଏଫପିଆଇ ମାଲିକାନା ଥିବା ଆଦାନୀ କମ୍ପାନୀଗୁଡିକ (ଚୀନ୍ ଏବଂ ୟୁଏଇ ସମେତ) କିପରି ଭାରତୀୟ ବନ୍ଦର ଏବଂ ବିମାନବନ୍ଦର କିଣୁଛନ୍ତି। ଏହା ସହିତ ସେ ସିବିଆଇକୁ କଟାକ୍ଷ କରି କହିଛନ୍ତି ସିବିଆଇ, ତୁମକୁ ସ୍ୱାଗତ। ଆସ ଏବଂ ମୋର ଜୋତା ଗଣିବେ।

ତେବେ ଏହି ବର୍ତମାନ ଏଥିକ୍ସ କମିଟି ମାମଲାର ଶୁଣାଣି କରୁଛି। ନଭେମ୍ବର ୨ ରେ ଅନୁଷ୍ଠିତ କମିଟି ବୈଠକରୁ ବିଏସପି ସାଂସଦ ଦାନିଶ ଅଲିଙ୍କ ସମେତ ମହୁଆ ଏବଂ ଅନ୍ୟ ବିରୋଧୀ ଏମପି ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ବିରୋଧୀ ଏମପି ମାନେ ଅଭିଯୋଗ କରିଥିଲେ କି ଏଥିକ୍ସ କମିଟି ଅଧ୍ୟକ୍ଷ ଏବଂ ଭାଜପା ଏମପି ବିନୋଦ କୁମାର ସୋନକର ବ୍ୟକ୍ତିଗତ ପ୍ରଶ୍ନ କରିଥିଲେ।

Share