Categories: ଜାତୀୟ

ମଣିପୁର ହିଂସା ଘଟଣାରେ ତଦନ୍ତକୁ ତୀବ୍ର କରିଛି ସିବିଆଇ, ବିଭିନ୍ନ ସ୍ଥାନରୁ ଏ ପର୍ଯ୍ୟନ୍ତ ୧୦ ଗିରଫ

ଇମ୍ଫାଲ,୨୮।୭: ମଣିପୁର ହିଂସାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିବିଆଇ ଏହି ଘଟଣାର ତଦନ୍ତକୁ ତ୍ୱରାନ୍ବିତ କରିଛି। ଏହା ପରେ ଅଭିଯୁକ୍ତକୁ ଗିରଫ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସିବିଆଇ ଏହି ମାମଲାରେ ମୋଟ ୬ଟି ଏଫଆଇଆର୍‌ ପଞ୍ଜୀକୃତ କରିଥିଲା, ଯାହା ପରେ ଏ ପର୍ଯ୍ୟନ୍ତ ୧୦ଜଣଙ୍କୁ ଗିରଫ କରାଯାଇଛି। ସିବିଆଇ ସୂତ୍ରରୁ କୁହାଯାଇଛି ଯେ, ଏହି ସବୁ ଗିରଫ ବିଭିନ୍ନ ସମୟରେ ଘଟିଛି। ଏହା ବ୍ୟତୀତ ସିବିଆଇ ମଧ୍ୟ ମହିଳାମାନଙ୍କୁ ଉଲଗ୍ନ ବୁଲାିବା ମାମଲାରେ ଏକ ଏଫ୍‌ଆଇଆର ପଞ୍ଜିକରଣ କରିବାକୁ ପ୍ରସ୍ତୁତ ହେଉଛି।

କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ କୁହାଯାଇଛି, ମହିଳାଙ୍କ ଭିଡିଓର ତଦନ୍ତ ସିବିଆଇକୁ ଦିଆଯାଇଛି। ତେବେ ଭାଇରାଲ ଭିଡିଓ ମାମଲାର ତଦନ୍ତକୁ ସିବିଆଇ ଆନୁଷ୍ଠାନିକ ଭାବେ ଗ୍ରହଣ କରିନାହିଁ। ଏହି ମାମଲାରେ ମଣିପୁର ପୋଲିସ ଭାଇରାଲ ଭିଡିଓ ମାମଲାରେ ୮ ଜଣଙ୍କୁ ଗିରଫ କରିଥିଲା।

Share