ମୁମ୍ବାଇ, ୩୦।୮(ପି.ଟି.)-ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ରବିବାର ପୁଣି ଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ। ତୃତୀୟ ଦିନ ପାଇଁ ସିବିଆଇ ତାଙ୍କୁ ଜେରା କରିଛି। ସିବିଆଇ ଅଧିକାରୀମାନେ ତାଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲେ। ତାଙ୍କ ଭାଇ ଶୋଓ୍ବିକ୍ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ରବିବାର ଜେରା କରାଯାଇଛି। ଜେରା ପାଇଁ ଉଭୟ ଦିନ ସାଢ଼େ ୧୦ଟା ବେଳେ ସାନ୍ତାକ୍ରୁଜ୍ର କଲିନା ସ୍ଥିତ ଡିଆର୍ଡିଓ ଗେଷ୍ଟ ହାଉସ୍ରେ ପହଞ୍ଚତ୍ଥିଲେ। ଉଭୟେ ସେଠାରୁ ସନ୍ଧ୍ୟା ୭ଟାରେ ବାହାରିଥିଲେ। ସିବିଆଇ ଏହି ମାମଲାରେ ସାମୁଏଲ ମିରଣ୍ଡା, କୁକ ନିରଜଙ୍କୁ ମଧ୍ୟ ପଚରାଉଚରା ଚଳାଇଛି।