Categories: ଜାତୀୟ

ଲାଲୁ ଯାଦବଙ୍କ ୧୭ ସ୍ଥାନରେ ସିବିଆଇ ଚଢାଉ

ପାଟନା,୨୦ ।୫: ଗୋଖାଦ୍ୟ ଦୁର୍ନୀତି ମାମଲାରେ ନିକଟରେ ଜାମିନରେ ଜେଲରୁ ମୁକୁଳିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ବଢିବାରେ ଲାଗିଛି । ଏକ ଦୁର୍ନୀତି ମାମଲରେ ଶୁକ୍ରବାର ସିବିଆଇ ଲାଲୁଙ୍କର ପ୍ରାୟ ୧୭ଟି ସ୍ଥାନରେ ଚଢାଉ କରିଛି । ଏହାସହ ସିବିଆଇ ପାଟନା ସ୍ଥିତ ଲାଲୁ ଯାଦବଙ୍କ ପତ୍ନି ରାବରି ଦେବୀଙ୍କ ଘରେ ବି ପହଞ୍ଚିଛି ।
ଅଭିଯୋଗ ରହିଛି ଯେ ଯେତେବେଳେ ଲାଲୁ ପ୍ରସାଦ ଯାଦବ ରେଲ ମନ୍ତ୍ରୀ ଥିଲେ ସେତେବେଳେ ସେ ତାଙ୍କର ଅନେକ ଜାଣିଥିବା ଲୋକଙ୍କୁ ରେଲୱେରେ ଚାକିରି ଦେଇଥିଲେ । ଏହାର ବଦଳରେ ତାଙ୍କ ପରିବାରଠାରୁ ସେ ଶସ୍ତାରେ ଜମି ନେଇଥିଲେ । ସିବିଆଇ ସନ୍ଦେହ କରୁଛି କି ଏହି ମାମଲାରେ ଜମି କ୍ରୟ ସମୟରେ ହୁଏତ ଅର୍ଥ ପଇଠ କରାଯାଇ ନାହିଁ । ସୂଚନାଯୋଗ୍ୟ, ଦିଲ୍ଲୀ ଓ ବିହାରରେ ପ୍ରାୟ ୧୭ ସ୍ଥାନରେ ସିବିଆଇ ଟିମ ଚଢାଉ କରିଛନ୍ତି । ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Share