Categories: ଜାତୀୟ

କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି(ସିବିଆଇ)ପକ୍ଷରୁ ମଙ୍ଗଳବାର ସକାଳେ ସିବିଆଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଚଢାଉ କରିଛି। ଚଢାଉ ପରେ କାର୍ତ୍ତି ସିବିଆଇକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଏହି ଚଢାଉ କେତେଥର ଘଟିଛି ମୁଁ ଗଣିବା ଭୁଲିଗଲିଣି। ଏହାର ଏକ ରେକର୍ଡ ରହିବା ଜରୁରୀ।
ସୂଚନାନୁସାରେ, ୨୦୧୦-୧୪ ମଧ୍ୟରେ ହୋଇଥିବା ବିଦେଶୀ କାରବାର ସମ୍ପର୍କରେ ଅନୁସନ୍ଧାନକାରୀ ସଂସ୍ଥା କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି। ସେହି ଅନୁଯାୟୀ ଚେନ୍ନାଇ, ମୁମ୍ବାଇ, ତାମିଲନାଡୁ, ପଞ୍ଜାବ, ଓଡ଼ିଶାର ମୋଟ ୯ଟି ସ୍ଥାନରେ ଚଢାଉ ଚାଲିଛି। ଏହି ସହରରେ ମୋଟ ନଅଟି ଆବାସିକ ଘର ଏବଂ କାର୍ତ୍ତିଙ୍କ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଉଛି।

Share