ଭୁବନେଶ୍ବର,୭।୧୨: ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ୍। ମେ’ ଫେୟାର ହୋଟେଲ ସମ୍ମୁଖରେ ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି। ଏକ ନାଲିରଙ୍ଗର ଦାମୀଗାଡ଼ିରେ ଟଙ୍କା ଓ ସୁନା ଥିବା ସନ୍ଦେହରେ ସିବିଆଇ ଯାଞ୍ଚ କରିଥିଲା। ଗାଡିରୁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି। ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇକି ତଦନ୍ତ ଆରମ୍ଭ କରିଛି।