Categories: ଜାତୀୟ

ଶିଶୁ ଚାଲାଣ ମାମଲାରେ ସିବିଆଇର ଚଢାଉ, ୮ ଶିଶୁ ଉଦ୍ଧାର, ଅନେକ ଅଟକ

ନୂଆଦିଲ୍ଲୀ,୬।୪: ଦେଶର ରାଜଧାନୀ ଦିଲ୍ଲୀରେ ଶିଶୁ ଚାଲାଣ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଚଢାଉ କରିଛି। ରାଜଧାନୀ ସହିତ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଏନସିଆରର କିଛି ଅଞ୍ଚଳରେ ଚଢାଉ କରିଛି। ଏହି ସମୟ ମଧ୍ୟରେ, ସିବିଆଇ ୭-୮ ପିଲାଙ୍କୁ ଉଦ୍ଧାର କରଛି। ଏହି ଅପରାଧରେ ଜଡିତ କେତେଜଣ ଲୋକଙ୍କୁ ମଧ୍ୟ ଅନୁସନ୍ଧାନକାରୀ ସଂସ୍ଥା ଗିରଫ କରିଛି। ଶିଶୁ ଚାଲାଣ ମାମଲାରେ ଏହି ଲୋକଙ୍କୁ ପଚରାଉଚରା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଚଢାଉ ପରେ ସିବିଆଇ ଦ୍ୱାରା ଅଟକ ରହିଥିବା ଲୋକମାନଙ୍କ ମଧ୍ୟରେ ଡାକ୍ତରଖାନାର ୱାର୍ଡ ବୟ ସମେତ କେତେଜଣ ମହିଳା ଏବଂ ପୁରୁଷ ଅଛନ୍ତି। ଏହି ସମସ୍ତ ଲୋକଙ୍କୁ ପଚରାଉଚରା କରାଯାଉଛି, ଯାହାଫଳରେ ଏହି ମାମଲାରେ ଅଧିକ ସୂଚନା ମିଳିପାରିବ। ସିବିଆଇ ଶୁକ୍ରବାର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏହି ଚଢାଉ କରିଥିଲା। ଏହି ସମୟରେ ଟିମ ଦିଲ୍ଲୀର କେଶଭପୁରମ ସ୍ଥିତ ଏକ ଘରୁ ଦୁଇ ନବଜାତ ଶିଶୁଙ୍କୁ ଉଦ୍ଧାର କରିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ନବଜାତ ଶିଶୁ କିଣିବା ଏବଂ ବିକ୍ରୟ କରିବା ଭଳି ମନେହୁଏ।

Share