Categories: ଜାତୀୟ

ଜେଟ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ଉପରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୫।୫: ୫୩୮ କୋଟି ଟଙ୍କା ଠକେଇ ମାମଲାରେ ଜେଟ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ବିରୋଧରେ ଶୁକ୍ରବାର ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋୟଲଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ସିବିଆଇ ଚଢାଉ କରିଛି।
ସିବିଆଇ କହିଛି ଯେ, ଦିଲ୍ଲୀ ଏବଂ ମୁମ୍ବାଇରେ ଜେଟ ଏୟାରୱେଜ ଏବଂ ପୂର୍ବତନ ଏୟାରୱେଜ ଅଧିକାରୀ ଏବଂ ଗୋୟଲଙ୍କ ଅଲଗା ଅଲଗା ସ୍ଥାନରେ ଚଢାଉ କରାଯାଉଛି। ବ୍ୟାଙ୍କ ଠକେଇ ମାମଲାରେ ଏକ ମାମଲା ରୁଜୁ ହୋଇଛି ବୋଲି ସିବିଆଇର ଅଧିକାରୀ କହିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇ କହିଛି ଯେ, ବ୍ୟାଙ୍କ ଠକେଇ ମାମଲାରେ ଗୋୟଲଙ୍କ ପତ୍ନୀ ଅନୀତା ଗୋୟଲଙ୍କ ସମେତ ଅନେକ ଲୋକ ଏହି ଠକେଇ ସଂପୃକ୍ତ ଅଛନ୍ତି।

Share