ଆୟକର ଅଧିକାରୀଙ୍କ ଘରେ ସିବିଆଇ ରେଡ୍‌

ଖୋର୍ଦ୍ଧା ଅଫିସ ,୨୪।୯: ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ପକ୍ଷରୁ ଶନିବାର ଚଢ଼ାଉ ହୋଇଛି। ସୁମନ ଖୋର୍ଦ୍ଧାର ଏକ ଜୁଏଲାରୀ ମାଲିକଙ୍କ ଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ସିବିଆଇ ଟିମ୍‌ ତାଙ୍କୁ କାବୁ କରି ନେଇଛି। ଲାଞ୍ଚ ଟଙ୍କା ଜବତ ସହ ତାଙ୍କୁ ଭୁବନେଶ୍ୱର ସିବିଅଆଇ ଅଫିସ ନିଆଯାଇଛି।
ସୂଚନାଯୋଗ୍ୟ, ମାରୱାଡି ପଟି୍‌ରେ ଦେବେନ୍ଦ୍ର ସାହୁଙ୍କ ଶାନ୍ତି ଜୁଏଲାରୀ ଦୋକାନ ରହିଛି। ଦୋକାନୀ ଇନ୍‌କମ୍‌ଟ୍ୟାକ୍ସ ଫାଙ୍କିବା, ଏମିତି ଅନେକ ପ୍ରସଙ୍ଗ ନେଇ ଆୟକର ଅଧିକାରୀ ସୁମନ ତାଙ୍କୁ ଧମକାଇବା ସହ ଦୋକାନରେ ଚଢ଼ାଉ କରିବେ କହି ୪୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୧୦ ଲକ୍ଷ ଟଙ୍କା, ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଥିଲେ। ଶୁକ୍ରବାର ବଳକା ଟଙ୍କା ମାଗିଥିଲେ। ଏ ନେଇ ଦେବେନ୍ଦ୍ର ସିବିଆଇ କାର୍ଯ୍ୟାଳୟରେ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଶନିବାର ଅପରାହ୍ନରେ ତାଙ୍କ ଘରେ ଟଙ୍କା ନେଇଥିବା ବେଳେ ସିବିଆଇ ଟିମ୍‌ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

Share