Categories: ଜାତୀୟ

୧୪ ରାଜ୍ୟରେ ସିବିଆଇ କଲା ଚଢ଼ାଉ

ନୂଆଦିଲ୍ଲୀ,୧୬।୧୧: ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଓ ଓ୍ବେବ୍‌ସାଇଟ୍‌ରେ ଆପତ୍ତିଜନକ କଣ୍ଟେଣ୍ଟ ପ୍ରସାର କରିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ମଙ୍ଗଳବାର ୧୪ ରାଜ୍ୟର ୭୬ ସ୍ଥାନରେ ଚଢ଼ାଉ କରାଯାଇଛି। ଗତ ୧୪ ତାରିଖରେ ସିବିଆଇ ଏନେଇ ୮୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅନ୍‌ଲାଇନ୍‌ ଚାଇଲ୍ଡ ଆବ୍ୟୁଜ୍‌ ମାମଲାରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ଚଢ଼ାଉ ଜାରି ରହିଥିବା ସିବିଆଇ ପକ୍ଷରୁ କୁହାଯାଇଛି।

Share