Categories: ଜାତୀୟ

ସିବିଆଇ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ

ଗାଜିଆବାଦ୍‌,୧୪।୧: ଉତ୍ତରପ୍ରଦେଶ ଗାଜିଆବାଦ୍‌ସ୍ଥିତ ସିବିଆଇ ଏକାଡେମୀରେ କାର୍ଯ୍ୟ କରୁଥିବା କେତେକ ଅଧିକାରୀଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ କରାଯାଇଛି। ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି। ଏକାଡେମୀର ୨-୩ଜଣ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଗାଜିଆବାଦ୍‌ ଶିବଲୋକ୍‌ ଆପାର୍ଟମେଣ୍ଟ୍‌ଠାରେ ସେସବୁ ଅଧିକାରଙ୍କ ଘରେ ସିବିଆଇ ଟିମ୍‌ ଚଢ଼ାଉ କରିଛନ୍ତି। ସେମାନଙ୍କ ମଧ୍ୟରେ ଡିଏସ୍‌ପି ପାହ୍ୟାର ଜଣେ ଅଧିକାରୀ ରହିଛନ୍ତି। ତାଙ୍କ ନାମ ଆର୍‌.କେ. ଋଷି ବୋଲି କୁହାଯାଉଛି। ସେ ଆପାର୍ଟମେଣ୍ଟର ୪୦୨ ନମ୍ବର ଫ୍ଲାଟ୍‌ରେ ରହୁଛନ୍ତି। ସକାଳ ୮ଟା ୩୦ରୁ ଚଢ଼ାଉ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Share