Categories: ଜାତୀୟ

ବିହାରର ଆରଜେଡି ବିଧାୟକ କିରଣ ଦେବୀଙ୍କ ଘରେ ସିବିଆଉ ଚଢାଉ

ପାଟନା,୧୬।୫: ବିହାରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ବିହାରର ଜଣେ ବିଧାୟକଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଉଛି। ବିଧାୟକ କିରଣ ଦେବୀଙ୍କ ସ୍ବାମୀ ଅରୁଣ ଯାଦବ ଜଣେ ବଡ ବ୍ୟବସାୟୀ। କିରଣ ଦେବୀ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କୀୟ ହୋଇଥିବା ବେଳେ ପୂର୍ବତନ ବିଧାୟକ ଅରୁଣ ଯାଦବଙ୍କ ପତ୍ନୀ।

ସୂଚନାନୁସାରେ, ବିଧାୟକ କିରଣ ଦେବୀଙ୍କ ଅନେକ ସ୍ଥାନରେ ସିବିଆଇ ଚଢାଉ ଚାଲିଛି। କିରଣ ଦେବୀ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ସେ ପୂର୍ବତନ ଆରଜେଡି ବିଧାୟକ ତଥା ବଳିଷ୍ଠ ନେତା ଅରୁଣ ଯାଦବଙ୍କ ପତ୍ନୀ, ଯିଏକି ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ଆରଜେଡି ଦ୍ୱାରା ଟିକେଟ ପାଇଥିଲେ। ଅଙ୍ଗୁୟାଦରେ ଅରୁଣ ଯାଦବଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି, ଯେଉଁଠାରେ ସିବିଆଇ ଦଳ ପହଞ୍ଚିଛି। ଅରୁଣ ଯାଦବ ମଧ୍ୟ ବାଲିର ଜଣେ ବଡ ବ୍ୟବସାୟୀ ।

ଆରଜେଡି ବିଧାୟକ କିରଣ ଦେବୀ ଏବଂ ତାଙ୍କ ସ୍ବାମୀ ବାଲି ବ୍ୟବସାୟୀ, ପୂର୍ବତନ ବିଧାୟକ ଅରୁଣ ଯାଦବ ଲାଲୁ ପରିବାରର ଅତି ନିକଟତର । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ସିବିଆଇ ଟିମ କିରଣ ଦେବୀଙ୍କ ଘରେ ପହଞ୍ଚିଥିଲା। ରେଡ ଅପରେସନ ଜାରି ରହିଛି।

 

Share