ଅତାବିରାରେ ସିବିଆଇ ଚଢାଉ: ଯୋଗାଣ ବିଭାଗ ଲେବର୍ ଠିକାଦାରଙ୍କ ଘରେ ଚାଲିଛି ତନାଘନା, ଠିକାଦାରଙ୍କ ପୁଅକୁ ଉଠାଇ ନେଲା ସିବିଆଇ

ସରଣ୍ଡା, ୫।୩(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ପରମାନପୂର୍ ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଘରେ ବୁଧବାର ସିବିଆଇ ଚଢାଉ ଚାଲିଛି। ବେଆଇନ ଟଙ୍କା କାରବାର ଅଭିଯୋଗକୁ ନେଇ ତନାଘନା କରୁଛି ସିବିଆଇ । ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି ଯେ, ଜି ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଲେବର ଠିକାଦାର ଅଟନ୍ତି । ସେ ଦୀର୍ଘ ଦିନ ହେଲା ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ଠିକା ନେଇ ଆସୁଛନ୍ତି । ତେବେ ତାଙ୍କର ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ବେଆଇନ କାରବାର ଉପରେ ସୂଚନା ପାଇ ବର୍ତ୍ତମାନ ସିବିଆଇ ତଦନ୍ତ କରୁଥିବାର ଜଣାପଡିଛି। ଜି ସତ୍ୟନାରାୟଣ ଙ୍କ ପୁଅ ଜି. ଉମା ମହେଶଙ୍କୁ ସିବିଆଇର ଏକ ଟିମ ଉଠାଇ ନେଇ ସରିଥିବା ବେଳେ ଅନ୍ୟ ଏକ ଟିମ ଜି ସତ୍ୟନାରାୟଣ ଙ୍କ ଘରେ ଚଢ଼ାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝେଲମରେ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା, ଘୋଷଣା ହେଲା Emergency

ନୂଆଦିଲ୍ଲୀ,୨୬।୪: ଶନିବାର ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ମୁଜାଫରାବାଦରେ ବନ୍ୟା ସତର୍କତା ଜାରି କରାଯାଇଛି। ପ୍ରକୃତରେ, ଶନିବାର ଅପରାହ୍ନରେ ଝେଲମ ନଦୀର ଜଳସ୍ତର ହଠାତ ବୃଦ୍ଧି...

ଦିବ୍ୟାଙ୍ଗ ଶିକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଦାରିଙ୍ଗବାଡ଼ି,୨୬ା୪ (ଅରୁଣ ସାହୁ): ୧୫ ଦିନ ଧରି ଚାଲିଥିବା ନିଷ୍ଠା ବା ସମାନ ଓ ଅନ୍ତର୍ଭୁକ୍ତ ଶିକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଛି। ଦାରିଙ୍ଗବାଡ଼ି ସରକାରୀ...

Pope Francisଙ୍କ ଅନ୍ତିମ ସଂସ୍କାରରେ ଅସମ୍ଭାଳ ଭିଡ, ଟ୍ରମ୍ପ ବି କଲେ ଶେଷ ଦର୍ଶନ

ଭାଟିକାନ ସିଟି,୨୬।୪: ଭାରତୀୟ ସମୟ ଅନୁସାରେ ଶନିବାର ଅପରାହ୍ନରେ ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ସେଣ୍ଟ ପିଟର୍ସ ବାସିଲିକା...

ହୋଇ ପାରିଲାନି ଗ୍ରାମସଭା: ନିରାଶ ହୋଇ ଫେରିଲା ବ୍ଲକ ପ୍ରଶାସନ, ପଞ୍ଚାୟତ ଅଫିସରେ ତାଲା ପକାଇ ପ୍ରତିବାଦ

ପଟ୍ଟାଙ୍ଗି,୨୬।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ପାଣି ପାଇଁ ବ୍ୟକ୍ତିଗତ ଜମି ଅଧିଗ୍ରହଣ ନିମନ୍ତେ ପୂର୍ବ ନିର୍ଦ୍ଧାରିତ...

‘ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ମାର୍ଶାଲ ଆର୍ଟ ରହିଛି’

ଭଞ୍ଜନଗର,୨୬ା୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଯୁକ୍ତ ୩ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର...

ବାଇକ୍‌ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

କେନ୍ଦୁଝର,୨୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ବୋନାଯୋଡି ବୁଲାଣି ନିକଟରେ ଏକ ବାଇକ୍‌ ଧକ୍କାରେ ଜଣେ ସାଇକେଲ...

ଉପାନ୍ତ ଅଞ୍ଚଳରେ ଓଡ଼ିଶା-ଆନ୍ଧ୍ର ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା): ଗଜପତି ଓ ଶ୍ରୀକାକୁଲମ୍‌ ଜିଲାର ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ଦେଶୀ ଚୋରାମଦ କାରବାର ବଢ଼ି ଚାଲିଥିବାରୁ ଏଥିରେ ରୋକ ଲଗାଇବାକୁ ଓଡ଼ିଶା...

ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ: ଭଉଣୀ ଘରକୁ ଯାଇ ରାତିରେ …

ଦିଗପହଣ୍ଡି,୨୬।୪(ଅଶେଷନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମର ଇଂ. ଏ ଏଣ୍ଡୁପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image