Categories: ଜାତୀୟ

ଜମ୍ମୁକଶ୍ମୀର ଏସ୍‌ଆଇ ନିଯୁକ୍ତି ଦୁର୍ନୀତି: ୩୩ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ କଶ୍ମୀରର ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ଦେଶର ୩୩ଟି ସ୍ଥାନ ଉପରେ ଚଢାଉ କରୁଛି। ଜମ୍ମୁ, ଶ୍ରୀନଗର, ହରିୟାଣା, ଗାନ୍ଧିନଗର, ଗାଜିଆବାଦ, ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ସିବିଆଇ ଏହି ଚଢାଉ କରୁଛି। ଜମ୍ମୁ କାଶ୍ମୀର ପୋଲିସ, ଡିଏସପି ଏବଂ ସିଆରପିଏଫ ଅଧିକାରୀଙ୍କ ଘର ପରିସରରେ ମଧ୍ୟ ଚଢାଉ ଜାରି ରହିଛି।
ଜମ୍ମୁ କଶ୍ମୀରରେ ଏସ୍‌ଆଇ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ସିବିଆଇ ଗତ ମାସରେ ମଧ୍ୟ ୩୦ଟି ସ୍ଥାନରେ ଚଢାଉ କରିଥିଲା। ସିବିଆଇ ଏକ କୋଚିଂ ସେଣ୍ଟରର ମାଲିକ, ବିଏସଏଫର ତତ୍କାଳୀନ ଡାକ୍ତରୀ ଅଧିକାରୀ ତଥା ଜମ୍ମୁ କାଶ୍ମୀର ସେବା ଚୟନ ବୋର୍ଡର ଅଧିକାରୀଙ୍କ ସମେତ ୩୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ,ଜମ୍ମୁ କଶ୍ମୀର ସେବା ଚୟନ ବୋର୍ଡ ମାର୍ଚ୍ଚ ୨୭ରେ ପୋଲିସର ସବ-ଇନ୍ସପେକ୍ଟରଙ୍କ ପଦବୀ ପାଇଁ ଲିଖିତ ପରୀକ୍ଷା କରିଥିଲା, ଯାହାର ଫଳାଫଳ ଜୁନ ୪ରେ ଘୋଷଣା କରାଯାଇଥିଲା। ଜମ୍ମୁ-କଶ୍ମୀର ସରକାର ଏହି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୩୩ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣି ଏକ ତଦନ୍ତ କମିଟି ଗଠନ କରିଥିଲେ। ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନର ପ୍ରାୟ ସମସ୍ତ ପ୍ରମୁଖ ଅନଲାଇନ ସପିଂ ସେବା ବନ୍ଦ ହୋଇଯାଇଛି। ନିକଟରେ ଦେଶରେ ଆର୍ଥିକ ସଙ୍କଟ କାରଣରୁ ଦୁଇଟି ପ୍ରମୁଖ ଅନଲାଇନ ଶପିଂ ସେବା ମଧ୍ୟ ସେମାନଙ୍କ ସେବା ବନ୍ଦ କରିବାକୁ ଘୋଷଣା କରିଛନ୍ତି।

Share