Categories: ଜାତୀୟ

୧୦୦ ସରକାରୀ ଅଫିସରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୨୦।୩: ସିବିଆଇ ଶୁକ୍ରବାର ୧୫ ରାଜ୍ୟରେ ଥିବା ପାଖାପାଖି କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରିଛି। ଏହିସବୁ ଅଫିସ୍‌ରେ ଦୁର୍ନୀତି ସମ୍ଭାବନା ରହିଥିବା ଜଣେ ଅଧିକାରୀ କହିଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ଥିବା ରେଲ୍‌ଓ୍ବେ, ଆୟକର ବିଭାଗ ଓ ଅନ୍ୟାନ୍ୟ ଅଫିସ ଉପରେ ଚଢ଼ାଉ ଜାରି ରହିଛି। ଏଥିପାଇଁ ସିବିଆଇ ଅଧିକାରୀମାନେ ବିଭିନ୍ନ ବିଭାଗର ଭିଜିଲାନ୍ସ ଟିମ୍‌ ସହ ମିଶି ଯାଞ୍ଚ କରିଥିଲେ।

Share