Categories: ଜାତୀୟ

ବାଳିକା ବିଦ୍ୟାପୀଠ ପୂର୍ବତନ ସେକ୍ରେଟାରି ହତ୍ୟା ଘଟଣା: ଆମ୍ରପାଲି ଗ୍ରୁପ୍‌ ଏମ୍‌ଡିଙ୍କ ନାଁରେ ହତ୍ୟା ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ,୧୨।୧: ଲଖିସରାଇ ବାଲିକା ବିଦ୍ୟାପୀଠଙ୍କ ପୂର୍ବତନ ସେକ୍ରେଟାରି ହତ୍ୟା ମାମଲାରେ ପାଟଣା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମ୍ରପାଲି ଗ୍ରୁପ୍‌ ପୂର୍ବତନ ଏମ୍‌ଡି ତଥା ପରିଚାଳନା ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସମେତ ୮ ଜଣଙ୍କ ବିରୋଧରେ ସିବିଆଇ ଏକ ହତ୍ୟା ମାମଲା ରୁଜୁ କରିଛି।

୨୦୧୪ରେ ଲଖିସରାଇ ବାଳିକା ବିଦ୍ୟାପୀଠର ତତ୍କାଳୀନ ସେକ୍ରେଟାରି ଡ. ଶରଦ ଚନ୍ଦ୍ରାଙ୍କୁ କ୍ୟାମ୍ପସ୍‌ ପରିସରରେ ଥିବା ତାଙ୍କ ଘରେ ଗୁଳିକରି ହତ୍ୟା କରାଯାଇଥିଲା। ପାଟଣା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେଇଥିଲା। ଶିକ୍ଷାନୁଷ୍ଠାନର ଜମି ଓ ସମ୍ପତ୍ତି ହାତେଇବା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।

Share