Categories: ଜାତୀୟ

ରେଲୱେ ଭ୍ରଷ୍ଟାଚାର ମାମଲାରେ ଲାଲୁଙ୍କ ବିରୋଧରେ ସିବିଆଇ କରିବ ଯାଞ୍ଚ

ନୂଆଦିଲ୍ଲୀ,୨୬ ।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିପାରେ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାର ପୁନଃ ଯାଞ୍ଚ ଆରମ୍ଭ କରି ଦେଇଛି । ଏହା ହେଉଛି ରେଲୱେ ପରିଯୋଜନାରେ ଭ୍ରଷ୍ଟାଚାର ମାମଲା । ଲାଲୁ ପ୍ରସାଦ ଯାଦବ ୟୁପିଏ-୧ ସରକାରରେ ପୋର୍ଟଫଲିଓ ସମ୍ଭାଳିଥିଲେ । ଅଭିଯୋଗ ହୋଇଛି କି ସେହି ସମୟରେ ଭ୍ରଷ୍ଟାଚାର ହୋଇଥିଲା । ଏହି ମାମଲାରେ ସିବିଆଇ ୨୦୧୮ରେ ଯାଞ୍ଚ ଆରମ୍ଭ କରିଥିଲା । ହେଲେ ମେ’ ୨୦୨୧ରେ ଯାଞ୍ଚ ବନ୍ଦ କରି ଦିଆଯାଇଥିଲା । ଏବେ ଏହି ମାମଲାରେ ପୁଣିଥିରେ ଯାଞ୍ଚ ଆରମ୍ଭ କରାଯାଇଛି ।
ଭାରତୀୟ ରେଲୱେ ପରିଯୋଜନାରେ ଭ୍ରଷ୍ଟାଚାର ମାମଲାର ଯାଞ୍ଚ ଆରମ୍ଭ ହେବା ପରେ ଲାଲୁଙ୍କ ମୁଣ୍ଡରେ ସଙ୍କଟର ବାଦଲ ଘୋଟି ଯାଇଛି । ଏହା ପୂର୍ବରୁ ତାଙ୍କୁ ଅନ୍ୟ ମାମଲାରେ ସଜା ଦିଆସରିଛି ଆଉ ସେ ବହୁତ ଦିନ ପର୍ଯ୍ୟନ୍ତ ଜେଲରେ ବି ରହିଛନ୍ତି । ନିକଟରେ ତାଙ୍କର ଏକ ଜଟିଳ ଶାରୀରିକ ସମସ୍ୟା ଯୋଗୁ ଅସ୍ତ୍ରୋପଚାର କରାଯାଇଛି । ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।

Share