Categories: ଜାତୀୟ

ମଦ ଦୁର୍ନୀତି ମାମଲା: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସମନ ଜାରି କଲା ସିବିଆଇ

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ମଦ ଦୁର୍ନୀତି ମାମଲାରେ ତାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର କାର୍ଯ୍ୟାଳୟକୁ ଡକାଇଛି। ଏନେଇ ମନୀଷ ସିସୋଡିଆ ଏକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣକୁ ଆଧାର କରି ରବିବାର ମନୀଷ ସିସୋଡିଆଙ୍କୁ ଡକାଯାଇଥିବା ସିବିଆଇ କହିଛି। ଟୁଇଟ୍‌ କରି ସିସୋଡିଆ କହିଛନ୍ତି, ଗତକାଲି ସିବିଆଇ ପୁଣିଥରେ ଡାକିଛି। ସେମାନେ ପୂର୍ବରୁ ମୋ ଘରେ ଚଢାଉ କରିଛନ୍ତି, ବ୍ୟାଙ୍କ ଲକର ଯାଞ୍ଚ କରିଥିଲେ। ହେଲେ ମୋ ବିରୋଧରେ କିଛି ମିଳିଲା ନାହିଁ। ମୁଁ ଦିଲ୍ଲୀର ପିଲାମାନଙ୍କ ପାଇଁ ଭଲ ଶିକ୍ଷା ପାଇଁ ବ୍ୟବସ୍ଥା କରିଛି। ମୁଁ ସବୁବେଳେ ତଦନ୍ତରେ ସହଯୋଗ କରିଆସୁଛି ଏବଂ ଆଗକୁ ମଧ୍ୟ କରିବି ବୋଲି ସେ କହିଛନ୍ତି।

Share