Categories: ଜାତୀୟ

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସିସୋଡିଆଙ୍କ ସମେତ ୪ ଜଣଙ୍କୁ ସମନ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀ ମଦ ଦୁର୍ନୀତିରେ ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ୪ ଜଣଙ୍କ ବିରୋଧରେ ସମନ ଜାରି କରାଯାଇଛି। ସେମାନେ ହେଲେ ଏଏପି ମନୀଷ ସିସୋଡିଆ, ଅର୍ଜୁନ ପାଣ୍ଡେ, ବୁଚି ବାବୁ ଏବଂ ଅମାନଦୀପ ଧଳ। ତେବେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟକୁ କୋର୍ଟ ଗ୍ରହଣ କରିଥିବା ଜଣାପଡିଛି।

ଜୁନ୍‌ ୨ରେ ହାଜର ହେବାକୁ ସମସ୍ତ ଚାରିଜଣଙ୍କୁ କୁହାଯାଇଛି। ଅମାନଦୀପ ଏବଂ ସିସୋଡିଆ ବର୍ତ୍ତମାନ ଜେଲରେ ଅଛନ୍ତି, ତେଣୁ ସେମାନଙ୍କ ଏକ ପ୍ରଡକ୍ସନ ୱାରେଣ୍ଟ ଜାରି କରାଯିବ। ଏକ୍ସାଇଜ ନୀତିରେ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଫେବୃଆରୀ ୨୬ରେ ଗିରଫ କରାଯାଇଥିଲା।

ସିସୋଡିଆ ମଦ ଦୁର୍ନୀତି ମାମଲା ସହ ଜଡିତ ସିବିଆଇ ମାମଲାରେ ଜୁନ ୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି। ସିବିଆଇ ୨୫ ଏପ୍ରିଲରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଥିଲା। ଏଥିରେ ମନୀଷ ସିସୋଡିଆଙ୍କ ସମେତ ଚାରିଜଣଙ୍କ ନାମ ଥିଲା।

Share