Categories: ଜାତୀୟ

ସିବିଆଇ ହାତରେ ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ଗଠନ ହେଲା ଯାଞ୍ଚ ଟିମ୍‌

ଲକ୍ଷ୍ନୌ,୨୪ ।୯: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା ଯାଞ୍ଚ ସିବିଆଇ ନେଇଛି । କେନ୍ଦ୍ର ସରକାର ଏହି ମାମଲାରେ ନୋଟିଫିକେଶ ଜାରି କରି ଦେଇଛନ୍ତି ଓ ଏଥିପାଇଁ ଏକ ଯାଞ୍ଚ ଟିମ୍ ଗଠନ କରାଯାଇଛି । ଏହି ମାମଲାର ଯାଞ୍ଚ ସିବିଆଇ ମୁଖ୍ୟାଳୟର ବିଶେଷ ଅପରାଧ ଶାଖା କରିବ ଓ ଯାଞ୍ଚ ସମୟରେ ଟିମ୍ ଲକ୍ଷ୍ନୌ ସିବିଆଇ ଟିମ୍‌ର ବି ସାହାଯ୍ୟ ନେବ । ସିବିଆଇ ମୁଖ୍ୟାଳୟରେ ସିବିଆଇ ନିର୍ଦ୍ଦେଶକ ଯାଞ୍ଚକୁ ନେଇ ଏକ ବୈଠକ ଡାକିଛନ୍ତି । ଏଥିରେ ଯାଞ୍ଚ ସମ୍ପର୍କରେ ବିଶେଷ ଟିପ୍ସ ଦିଆଯିବ । ସିବିଆଇ ଉତ୍ତର ପ୍ରଦେଶ ପୋଲିସକୁ ଏପର୍ଯ୍ୟନ୍ତ କରାଯାଇଥିବା ଯାଞ୍ଚ ସହ ସମସ୍ତ କାଗଜପତ୍ର ମାଗିଛି ।

Share