ନୂଆଦିଲ୍ଲୀ,୩୦।୮: ଦିଲ୍ଲୀର ନୂତନ ଏକ୍ସାଇଜ୍ ନୀତି ସହ ଜଡ଼ିତ ଦୁର୍ନୀତି ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ) ସିସୋଡିଆଙ୍କ ଘର ପରେ ଏବେ ବ୍ୟାଙ୍କ ଲକରର ଛାନ୍ଭିନ୍ ଆରମ୍ଭ କରିଛି। ଏଥିପାଇଁ ମଙ୍ଗଳବାର ସକାଳ ୧୧ଟାରେ ଉତ୍ତରପ୍ରଦେଶ ଗାଜିଆବାଦ ବସୁନ୍ଧରା ସେକ୍ଟର-୪ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସିବିଆଇ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କର ମନୀଷ ସିସୋଡିଆଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ବ୍ୟାଙ୍କର ଉପସ୍ଥିତ ଥିବା ଜଣାପଡ଼ିଛି। ସିବିଆଇ ଅଧିକାରୀମାନେ ସିସୋଡିଆଙ୍କ ସମ୍ମୁଖରେ ଲକରର ଯାଞ୍ଚ କରିବା ସହ ରେଜିଷ୍ଟର ଓ ବ୍ୟାଙ୍କ ଖାତା ମଧ୍ୟ ଯାଞ୍ଚ କରିବେ। ଏହାପୂର୍ବରୁ ବି ସିବିଆଇ ସିସୋଡିଆଙ୍କ ବାସଭବନରେ ଚଢ଼ାଉ କରିସାରିଛି।