ନୂଆଦିଲ୍ଲୀ,୬ା୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ. କବିତାଙ୍କୁ ତିହାର ଜେଲରେ ଜେରା କରିବା ଲାଗି କୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ମାସ ୧୫ ତାରିଖରେ କବିତାଙ୍କୁ ଗିରଫ କରିଥିଲା। ଜେଲରେ ତାଙ୍କୁ ଜେରା କରିବା ଲାଗି ସିବିଆଇ ଅଦାଲତଙ୍କ ଅନୁମତି ଲୋଡ଼ିଥିଲା। ସ୍ବତନ୍ତ୍ର ବିଚାରପତି କାବେରୀ ବାଓ୍ବେଜା ଜେରା ପାଇଁ ତଦନ୍ତକାରୀ ସଂସ୍ଥାକୁ ଅନୁମତି ଦେଇଛନ୍ତି।