Advertisement
Categories: ଜାତୀୟ

ମଦ ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ପୁଣି ଥରେ ସମନ ପଠାଇଲା ସିବିଆଇ

ନୂଆଦିଲ୍ଲୀ,୬।୧୨: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ସିବିଆଇ ପୁଣି ଥରେ ସମନ କରିଛି। ଟିଆରଏସ୍‌ ଏମ୍‌ଏଲ୍‌ସିର କବିତାଙ୍କ ବୟାନ ରେକର୍ଡ ଡିସେମ୍ବର ୧୧ରେ ପୂର୍ବାହ୍ନ ୧୧ଟାରେ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ କରାଯିବ। ଏହାପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ କବିତାଙ୍କୁ ନିର୍ଦ୍ଦେଶ ରହିଥିଲା। ହେଲେ ସେ ସିବିଆଇକୁ ଅନ୍ୟ କୌଣସି ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share