ଅତାବିରାରେ ସିବିଆଇର ପୁଣି ତନାଘନା: ଗୃହକର୍ତ୍ତା ଫେରିବା ପରେ ଚାଲିଲା ଯାଞ୍ଚ

ବରଗଡ଼, ୭।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରାରେ ଶୁକ୍ରବାର ସିବିଆଇ ପୁଣି ତନାଘନା ଚଲାଇଛି। ଅତାବିରା ଶାନ୍ତିପଡା ନିବାସୀ ଜି. ନରସିଂହ ମୂର୍ତ୍ତିଙ୍କ ବାସଭବନରେ ଏହା ଚାଲିଛି। ଗତ ବୁଧବାର ସିବିଆଇର ୨ଟିମ ଏଠାକୁ ପହଞ୍ଚି ଥିଲେ। କିନ୍ତୁ ସେତେବେଳେ ନରସିଂହ ମୂର୍ତ୍ତି ଅନୁପସ୍ଥିତ ଥିବାବେଳେ ଘର ସିଲ କରି ସିବିଆଇ ଓ ପୋଲିସ କର୍ମଚାରୀ ସେଠାରେ ଜଗି ରହିଥିଲେ। ଶୁକ୍ରବାର ନରସିଂହ ମୂର୍ତ୍ତି ଘରକୁ ଫେରିବା ପରେ ସିବିଆଇ ତନାଘନାଆରମ୍ଭ କରିଛି। ଚଢାଉ ଚର୍ଚ୍ଚାର ବିଷୟ ହୋଇଛି।

ସିବିଆଇର ୨ଟିମ ବୁଧବାର ପୂର୍ବାହ୍ନରେ ପ୍ରଥମେ ପରମାଣପୁର ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଚଢାଉ କରିଥିଲେ। ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଲେବର ଠିକାଦାର ଅଟନ୍ତି । ସେ ଦୀର୍ଘ ଦିନ ହେଲା ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ଠିକା ନେଇ ଆସୁଛନ୍ତି । ତେବେ ତାଙ୍କର ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ବେଆଇନ କାରବାର ଉପରେ ସୂଚନା ପାଇ ବର୍ତ୍ତମାନ ସିବିଆଇ ତଦନ୍ତ କରୁଥିବା ଅନୁମାନ କରାଯାଉଛି। ଜି ସତ୍ୟନାରାୟଣଙ୍କ ପୁଅ ଜି. ଉମା ମହେଶଙ୍କୁ ସିବିଆଇର ଏକ ଟିମ ଉଠାଇ ନେଇ ଅନ୍ୟତ୍ର ଜେରା କରିଥିଲେ। ଅନ୍ୟପକ୍ଷରେ ସିବିଆଇ ଟିମ ଜି ସତ୍ୟନାରାୟଣଙ୍କ ଅତାବିରା ଶାନ୍ତିପଡାସ୍ଥିତ କାକା ଜି. ନରସିଂହ ମୂର୍ତ୍ତିଙ୍କ ଘରେ ଚଢାଉ କରିଥିଲେ। ତେବେ ଚଢାଉ ବେଳେ ସେ ଅନୁପସ୍ଥିତ ଥିଲେ। ତାଙ୍କ ଏକ ଘରକୁ ସିଲ କରାଯାଇ ଥିଲା। କାକା-ପୁତୁରାଙ୍କ ଘରେ ସିବିଆଇ ତନାଘନାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉଭୟେ ଏକ ର୍ନିଦ୍ଦିଷ୍ଟ ରାଜନୈତିକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଯୋଗୁଁ ଏଥିରେ ରାଜନୈତିକ ଲିଙ୍କ ମଧ୍ୟ ଥାଇପାରେ ବୋଲି ସାଧାରଣରେ ଆଲୋଚନା ଚାଲିଛି। ତେବେ ଚଢାଉ ସରିବା ପରେ ବାସ୍ତବତା ପଦାକୁ ଆସିବ। ଚଢାଉର କାରଣ ଅସ୍ପଷ୍ଟ ଥିବାବେଳେ ତାହା ଜାଣିବା ପାଇଁ ସମସ୍ତଙ୍କ ନଜର ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ତୁମୁଡ଼ିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡ଼ିବନ୍ଧ,୧୫।୪(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ କନ୍ଧମାଳ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ...

କାହିଁକି ୪୦ରୁ ଅଧିକ ବୟସ୍କ ଲୋକଙ୍କୁ ଚାକିରିରୁ କରାଯାଉଛି ଛଟେଇ? ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୪: ବମ୍ବେ ସେଭିଂ କମ୍ପାନୀର ସିଇଓ ଶାନ୍ତନୁ ଦେଶପାଣ୍ଡେ ସମ୍ପ୍ରତି ଏକ ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହା ଆଜିର ସମୟରେ ଏକ...

PhonePe UPI Circle Feature: ୟୁପିଆଇରେ ଆସିଲା ନୂଆ ଫିଚର୍‌, ଏବେ ପେମେଣ୍ଟ କରିବା ହୋଇଯିବ ସହଜ… 

ନୂଆଦିଲ୍ଲୀ,୧୫।୪: ଭାରତରେ ଡିଜିଟାଲ ପେମେଣ୍ଟର ଯୁଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଆପଣ ଗାଁରୁ ସହର ପର୍ଯ୍ୟନ୍ତ ଅନଲାଇନ୍‌ ପେମେଣ୍ଟର ବିକଳ୍ପ ପାଇବେ।...

Gold Down: କମିଲା ସୁନାଦର! ଏବେ ସୁନା ଅଳଙ୍କାର ତିଆରି କଲେ GST-ମେକିଂ ଚାର୍ଜ ମିଶାଇ ଦେବାକୁ ପଡିବ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୧୫।୪: ଲଗାତାର ବୃଦ୍ଧି ପରେ ଆଜି ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ୧୫ ଏପ୍ରିଲରେ ସୁନା ଦର ୨୫୦ ଟଙ୍କା...

୧୬ ପିଲା…ପ୍ରେମିକଙ୍କ ପାଇଁ ବଡ଼ କାମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୫।୪: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା କ୍ରିକେଟରୁ ବିରତି ନେଇ ଏବେ ତାଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ଛୁଟି କାଟୁଛନ୍ତି। ଏହାର ଟିକିନିକି ଅପ୍‌ଡେଟ୍‌ ସେ...

ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମଙ୍ଗଳବାର ଭାରତର ଜନସଂଖ୍ୟା ବିସ୍ଫୋରଣ...

ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ...

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image