Categories: ବାଣିଜ୍ୟ

ସିବିଆଇର ବହୁମୁଖୀ ଋଣ ଶିବିର

ଭୁବନେଶ୍ୱର,୧୪।୧୦: ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଆଇ)ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ନିକଟରେ ଏକ ବହୁମୁଖୀ ଋଣ ଶିବିର ଓ ଗ୍ରାହକ ସମ୍ମିଳନୀ ଶିରିପୁରସ୍ଥିତ ଇମେଜ ସମ୍ମିଳନୀ କକ୍ଷଠାରେ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସିବିଆଇର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସିବିଆଇ ଭୁବନେଶ୍ୱର କ୍ଷେତ୍ରର ବିଭିନ୍ନ ବର୍ଗର ଗ୍ରାହକମାନଙ୍କୁ ୧୦୫କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ସେହିଭଳି ଅଜୟ ସିଏ ଏବଂ ଡିଏସ୍‌ଏମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ସେ ଶାଖା ମୁଖ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇଦେବା ପାଇଁ ଅଧିକାରମାନଙ୍କୁ ପରାମର୍ଶ ଦେଇଥିଲେ।

Share