ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୫(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି।  ମୋଟ୍‌ ପାସ୍‌ ହାର ୯୩.୧୨ ପ୍ରତିଶତ ରହିଥିବା ବେଳେ ଗତଥର ଅପେକ୍ଷା ଏଥର ପାସ୍‌ ହାର ୧.୨୮ ପ୍ରତିଶତ କମ୍‌ ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୪.୨୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୨.୨୭ ପ୍ରତିଶତ ରହିଛି। ୯୯.୯୧ ପ୍ରତିଶତ ପାସ୍‌ ହାର ସହ ତ୍ରିଭେନ୍ଦ୍ରମ ରିଜିଅନ୍‌ ଶୀର୍ଷରେ ରହିଛି। ସେହିପରି ଭୁବନେଶ୍ୱର ରିଜିଅନରେ ପାସ୍‌ ହାର ୯୩.୬୪ ପ୍ରତିଶତ ରହିଛି।

ଛାତ୍ରୀଛାତ୍ର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ବ୍ୟବହାର କରି ଫଳାଫଳ Cbse.nic.in, cbseresults.nic.in କିମ୍ବା digilocker.gov.in ରେ ସେମାନଙ୍କର ମାର୍କ ଯାଞ୍ଚ କରିପାରିବେ।
ଛାତ୍ରୀଛାତ୍ରଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ଆକ୍ଟିଭ୍‌ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରିଛି। ଯାହା digilocker.gov.inରୁ ବିଦ୍ୟାଳୟଗୁଡ଼ିକ ସେମାନଙ୍କର ଏଲ୍‌ଓସି ପ୍ରମାଣପତ୍ର ବ୍ୟବହାର କରି ଡାଉନଲୋଡ କରିପାରିବେ। ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସୁରକ୍ଷା ପିନ୍‌ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ୍‌ କରିବାକୁ ପଡ଼ିବ। ଯାହାଫଳରେ ଫଳାଫଳ ଘୋଷଣା ହେବା ପରେ ସେମାନେ ସେମାନଙ୍କର ମାର୍କ ସିଟ ଏବଂ ସାର୍ଟିଫିକେଟର ଡିଜିଟାଲ କପି ଡାଉନଲୋଡ୍‌ କରିପାରିବେ। ବୋର୍ଡ ମଧ୍ୟ ଆଇଭିଆର୍‌ଏସ୍‌ ଏବଂ ଏ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳାଫଳ ପ୍ରଦାନ କରିପାରିବ।

Share