ନୂଆଦିଲ୍ଲୀ,୨୨।୭: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୯୨.୭୧ ପ୍ରତିଶତ ଛାତ୍ରୀଛାତ୍ର ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥର ୯୪.୫୪ ପ୍ରତିଶତ ଛାତ୍ରୀ ପାସ୍ କରିଥିବାବେଳେ ଛାତ୍ରଙ୍କ ପାସ୍ ହାର ୯୧.୨୫ ପ୍ରତିଶତ ରହିଛି। ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ cbse.nic.in, cbse.gov.in, cbseacademic.nic.in ଯାଇ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚଳିତ ବର୍ଷ ଏପ୍ରିଲ ୨୬ରୁ ଜୁନ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥରଁୟ ସମୁଦାୟ ୧୪୪୪୩୪୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ୧୪୩୫୩୬୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୩୩୦୬୬୨ ପାସ କରିଛନ୍ତି। ଆଜି ଅପରାହ୍ଣ ୨ଟା ବେଳେ ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ।