୬୦୦ରୁ ୬୦୦ ନମ୍ବର ଆଣି ଇତିହାସ ରଚିଲେ ଦିବ୍ୟାଂଶୀ, ଏହି ବିଷୟରେ କ୍ୟାରିୟର୍‌ ଗଢିବାକୁ ଚାହୁଁଛନ୍ତି

ଲକ୍ଷ୍ନୌ,୧୪।୭: ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷାରେ ୬୦୦ରୁ ୬୦୦ନମ୍ବର ଆଣି ଇତିହାସ ସୃଷ୍ଟି କରିଛନ୍ତି ଲକ୍ଷ୍ନୌର ଦିବ୍ୟାଂଶୀ। ୧୭ ବର୍ଷୀୟ ଏହି ଛାତ୍ରୀ ଇଂରାଜୀ, ସଂସ୍କୃତ, ଇତିହାସ, ଅର୍ଥନୀତି ଏବଂ ଇନସ୍ୟୁରାନ୍ସ ପରୀକ୍ଷାରେ ୧୦୦ରୁ ୧୦୦ ନମ୍ବର ଆଣିଛନ୍ତି। କୋଭିଡ -୧୯ କାରଣରୁ ତାଙ୍କର ଭୁଗୋଳ ପରୀକ୍ଷା ବାତିଲ କରାଯାଇଥିଲା। ଯଦିଓ ସିବିଏସଇ ଏହାର ମେରିଟ ତାଲିକା ଘୋଷଣା କରିନାହିଁ କିନ୍ତୁ ନିଷ୍ପତ୍ତି ନିଆଯାଇଛି ଯେ ଦିବ୍ୟାଂଶୀ ଟପ୍ପରମାନଙ୍କ ମଧ୍ୟରେ ରହିବେ। ଦିବ୍ୟାଂଶୀ କୁହନ୍ତି, ‘ମୁଁ ଜାଣିଥିଲି ଯେ ମୁଁ ଭଲ ସ୍କୋର କରିବି କିନ୍ତୁ ଫଳାଫଳ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ନିୟମିତ ଭାବେ ଦୈନିକ ନୋଟ କରୁଥିଲି। ସେ କହିଥିଲେ, ଯଦି ମୁଁ ଗୋଟିଏ ଦିନରେ ଅଧ୍ୟୟନରୁ ବଞ୍ଚିତ ହୋଇଥାଏ। ତେବେ ମୁଁ ପରଦିନ ଏହାକୁ ସମାପ୍ତ କରିବାକୁ ଚେଷ୍ଟା କରେ। ସଙ୍ଗୀତ, ପାଠ ଏବଂ ଦର୍ଶନ ପାଇଁ ସେ ଆଗ୍ରହୀ ଥିବା କହିଛନ୍ତି ଦିବ୍ୟାଂଶୀ । ସେ ଆଗକୁ ଇତିହାସରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି। ମୁଁ ଜାଣେ ନାହିଁ ମୁଁ ମୋ ଜୀବନରେ କ’ଣ କରିବାକୁ ଚାହୁଁଛି, କିନ୍ତୁ ବର୍ତ୍ତମାନ ପାଇଁ ମୁଁ ଇତିହାସ ପଢିବାକୁ ଚାହୁଁଛି। ଦେଶର ଇତିହାସ ବିଷୟରେ ଅନେକ ପଢିବାକୁ ପଡିବ। ପରୀକ୍ଷାରେ ସର୍ବାଧିକ ମାର୍କ ଅଣାଯିବା ଆବଶ୍ୟକ ନୁହେଁ। ୧୦୦ ପ୍ରତିଶତ ଦେବା ଜରୁରୀ ଅଟେ।

Share