Categories: ଜାତୀୟ

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ: ଜାଣନ୍ତୁ କେତେ ରହିଛି ପାସ୍‌ହାର

ନୂଆଦିଲ୍ଲୀ,୧୫।୭: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ୍‌(ସିବିଏସ୍‌ଇ) ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍‌ ହାର ୯୧.୪୬ ପ୍ରତିଶତ ହୋଇଛି। ସେଥିମଧ୍ୟରୁ ୯୩.୩୧ ଛାତ୍ରୀ ଥିବାବେଳେ ୯୦.୧୪ ପ୍ରତିଶତ ଛାତ୍ର ପାସ୍‌ କରିଛନ୍ତି। ଛାତ୍ରୀଛାତ୍ର ପରୀକ୍ଷା ଫଳ ଜାଣିବା ପାଇଁ cbse.nic.in ଏବଂ cbseresults.nic.in ଓ୍ବେବସାଇଟ୍‌ ଲଗ୍‌ ଇନ୍‌ କରି ଜାଣି ପାରିବେ। ସୂଚନାଯୋଗ୍ୟ, କରୋନା ଯୋଗୁ ଚଳିତବର୍ଷ ବାକି ଥିବା ପରୀକ୍ଷା ରଦ୍ଦ କରାଯାଇଥିଲା। ବିକଳ୍ପ ମୂଲ୍ୟାଙ୍କନ ପ୍ରଣାଳୀ ଆଧାରରେ ଫଳାଫଳ ପ୍ରକାଶ କରାଯାଇଛି।

Share