Categories: ଜାତୀୟ

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ,୩।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ଦଶମର ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିବିଏସ୍‌ଇ ବୋର୍ଡ ପକ୍ଷରୁ ଦଶମ ରେଜଲ୍ଟ ପ୍ରକାଶ ପାଇଛି। ସିବିଏସ୍‌ଇ ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା କରାଯିବା ପରେ ଓ୍ବେବସାଇଟ୍‌ରେ ଏହା ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ cbse.gov.in ଓ cbseresults.nic.inରେ ନିଜର ରେଜଲ୍ଟ ଦେଖିପାରିବେ। ଛାତ୍ରୀଛାତ୍ରମାନେ ଉକ୍ତ ଓ୍ବେସାଇଟ୍‌ରେ ନିଜର ରୋଲ ନମ୍ବର ଜରିଆରେ ଫଳାଫଳ ଦେଖିପାରିବେ। ଗତ ଥର ଦଶମରେ ଝିଅମାନେ ବାଜି ମାରିନେଇଥିଲେ। ଝିଅଙ୍କ ପାସ୍‌ ହାର ୯୩.୩୧ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍‌ ହାର ୯୦.୧୪ପ୍ରତିଶତ ରହିଥିଲା। କିନ୍ତୁ ଚଳିତ ଥର କରୋନା ସଙ୍କଟ ଯୋଗୁ ପରୀକ୍ଷା ଆୟୋଜିତ ହୋଇନାହିଁ। ମାର୍କିଂ ଫର୍ମୂଲା ଆଧାରରେ ଫଳାଫଳ ପ୍ରସ୍ତୁତ କରାଯାଇଛି।

Share