Categories: ଜାତୀୟ

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଫଳାଫଳ: ୯୯.୩୭% ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ,୩୦।୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି। ଏଥର ୯୯.୩୭ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୭ ପ୍ରତିଶତ ଛାତ୍ର ପାସ୍‌ କରିଛନ୍ତି। ଛାତ୍ରୀଛାତ୍ରମାନେ ସିବିଏସ୍‌ଇର ଅଫିସିଆଲ ୱେବସାଇଟ, cbseresults.nic.in ଏବଂ ଉମଙ୍ଗ ଆପ ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏହା ବ୍ୟତୀତ, ଛାତ୍ରମାନେ ମଧ୍ୟ ଏସଏମ୍‌ଏସ ମାଧ୍ୟମରେ ଦ୍ୱାଦଶ ଶ୍ରେଣୀ ଫଳାଫଳ ପାଇପାରିବେ। ସୂଚନାଯୋଗ୍ୟ ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ବୋର୍ଡ ପ୍ରଥମେ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିଛି। ଏହା ପରେ, ଏବେ ବୋର୍ଡ ଯେକୌଣସି ସମୟରେ ଏକାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିପାରେ।

Share