ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୭(ବ୍ୟୁରୋ): ସିବିଏସ୍‌ଇ ଦଶମ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.cbse.nic.in ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଛାତ୍ରୀଛାତ୍ର ପରୀକ୍ଷାଫଳ ଦେଖିପାରିବେ । ଚଳିତ ବର୍ଷ ୯୪.୪୦% ପାସ୍‌ ହାର ରହିଛି। ୨୧,୦୯,୨୦୮ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୨୦,୯୩,୯୭୮ ଜଣ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୯,୭୬,୬୬୮ ଜଣ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି।
ପୁଣିଥରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ୯୫.୨୧% ଛାତ୍ରୀ ପରୀକ୍ଷାରେ ପାସ୍‌ ହୋଇଥିବା ବେଳେ ପୁଅଙ୍କ ପାସ୍‌ ହାର ୯୩.୮୦ ରହିଛି।

Share