Categories: ଜାତୀୟ

ଖୁବ୍‌ଶୀଘ୍ର ପ୍ରକାଶ ପାଇବ ସିବିଏସ୍‌ଇ ରେଜଲ୍ଟ

ନୂଆଦିଲ୍ଲୀ,୧୧ା୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ନିକଟରେ ଏକ ସର୍କୁଲାରରେ କହିଛି ଯେ, ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଛାତ୍ରୀଛାତ୍ର ସେମାନଙ୍କ ଫଳାଫଳକୁ ବୋର୍ଡର results.cbse.nic.in କିମ୍ବା cbseresults.nic.inରେ ଦେଖିପାରିବେ।

ଛାତ୍ରୀଛାତ୍ରଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କଶିଟ୍‌ ଓ ପାସିଂ ସାର୍ଟିଫିକେଟ ଡିଜି ଲକର୍‌ ଆପ୍‌ରେ ଅପ୍‌ଲୋଡ୍‌ ହେବ। ଛାତ୍ରୀଛାତ୍ର ସିବିଏସ୍‌ଇ ରେଜଲ୍ଟ ଡିଜି ଲକର୍‌ ଆକାଉଣ୍ଟକୁ ଆକ୍ଟିଭେଟ କରି ମାର୍କଶିଟ ଡାଉନ୍‌ଲୋଡ କରିପାରିବେ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ୬ ଡିଜିଟ ସିକ୍ୟୁରିଟି ପିନ୍‌ ଦେବାକୁ ପଡ଼ିବ। ବୋର୍ଡ ପକ୍ଷରୁ ଅନୁବନ୍ଧିତ ସ୍କୁଲଗୁଡିକୁ ଡିଜି ଲକର୍‌ ସିକ୍ୟୁରିଟି ପିନ୍‌ ଶେୟାର କରାଯାଇଛି।

Share