Categories: ଜାତୀୟ

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨।୫: ପ୍ରକାଶ ପାଇଛି ସିବିଏସ୍‌ଇ ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ। ଏଥିରେ ହଂସିକା ଶୁକ୍ଳା ଓ କରିସ୍ମା ଆରୋରା ଯୁଗ୍ମ ଭାବେ ସର୍ବାଧିକ ୪୯୯ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି। ଥ୍ରିଭେନ୍ଦ୍ରମରେ ପାସ୍‌ ହାର ସର୍ବାଧିକ ୯୮.୨ ପ୍ରତିଶତ ଥିବା ବେଳେ ଚେନ୍ନାଇରେ ୯୨.୯୩ ଓ ଦିଲ୍ଲୀରେ ୯୧.୮୭ ପ୍ରତିଶତ ରହିଛି। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍‌ ଇନ୍‌ କରିପାରିବେ।

Share