Categories: ଜାତୀୟ

ଏପ୍ରିଲ ୨୬ରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ବିତୀୟ ଟର୍ମ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୨୬ ଏପ୍ରିଲରୁ ଆରମ୍ଭ ହେବ । ବର୍ତ୍ତମାନ ସମ୍ପୂର୍ଣ୍ଣ ତାରିଖ କାର୍ଯ୍ୟସୂଚୀ ଜାରି ହୋଇ ନ ଥିବା ବେଳେ ଏହା ମଧ୍ୟ ଖୁବଶୀଘ୍ର ପ୍ରକାଶ ପାଇବ । ସେହିପରି ପରୀକ୍ଷା ଅଫଲାଇନ ମୋଡରେ ହେବା ନେଇ ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୁବଶୀଘ୍ର ତାରିଖ ଚୂଡାନ୍ତ ହେବ ଏବଂ ଛାତ୍ରୀଛାତ୍ର ବୋର୍ଡର ଅଫିସିଆଲ ୱେବସାଇଟ www.cbse.nic.in ରେ ପରବର୍ତ୍ତୀ ସମୟରେ ଏନେଇ ସୂଚନା ପାଇପାରିବେ ।

 

Share