Categories: ଜାତୀୟ

ଫେବୃୟାରୀ ୨ରେ ଘୋଷଣା କରାଯିବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଶୀ ବୋର୍ଡ ପରୀକ୍ଷା ଲାଗି ଫେବୃୟାରୀ ୨ରେ ପରୀକ୍ଷା ସୂଚୀ ଘୋଷଣା କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଗୁରୁବାର ଏହି ସୂଚନା ଦେଇଛନ୍ତି । ସିବିଏସ୍‌ଇ ସ୍କୁଲର ପ୍ରିନ୍ସପାଲମାନଙ୍କ ସହ ହୋଇଥିବା ଲାଇଭ୍ କଥାବାର୍ତ୍ତା ସମୟରେ ନିଶଙ୍କ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଲାଗି ଫେବୃୟାରୀ ୨ରେ ସୂଚୀ ଘୋଷଣା କରିବ । ବୋର୍ଡ ଅଧିକାରୀଙ୍କ ୱେବସାଇଟ  cbse.gov.in ରେ ଏହା ପ୍ରକାଶ ପାଇବ ବୋଲି ସେ କହିଛନ୍ତି । ଏହାସହ ସିବିଏସ୍‌ଇ ୪୫ ବର୍ଷର ରେକର୍ଡକୁ ଡିଜିଟାଲ କରିବ ବୋଲି ନିଶଙ୍କ ସୂଚନା ଦେଇଛନ୍ତି ।

Share