ସିସିପିଆଇ ର଼୍ୟାକିଙ୍ଗ: ଜଳବାୟୁ ପରିବର୍ତ୍ତନ ପଦକ୍ଷେପ କ୍ଷେତ୍ରରେ ଶ୍ରେଷ୍ଠ-୫ ଦେଶ ମଧ୍ୟରେ ଭାରତ…

ବର୍ଲିନ,୨୨।୧୧ : ଗ୍ଲୋବାଲ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଏବଂ ଜି -୨୦ ଦେଶ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସୂଚକାଙ୍କ ଜର୍ମାନରେ ଅବସ୍ଥିତ ଜର୍ମାନ ୱାଚ, ନୂତନ ଜଳବାୟୁ ପ୍ରତିଷ୍ଠାନ ଏବଂ ଜଳବାୟୁ ଆକ୍ସନ ନେଟୱାର୍କ ଇଣ୍ଟରନ୍ୟାଶନାଲ ଦ୍ୱାରା ପ୍ରକାଶିତ ହୋଇଛିି। ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ବଚ୍ଛତା ବୃଦ୍ଧି ଏବଂ ଜଳବାୟୁ ସୁରକ୍ଷା ପ୍ରୟାସ ଏବଂ ବିଭିନ୍ନ ଦେଶ ଦ୍ୱାରା କରାଯାଇଥିବା ପ୍ରଗତିକୁ ସିସିପିଆଇ ତୁଳନା କରିଥାଏ।

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ଆଧାରରେ ଭାରତର ସଫଳତା ସମ୍ପର୍କରେି ଶକ୍ତି ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ ସିସିପିଆଇ-୨୦୨୩ ଅନୁଯାୟୀ ଭାରତ ଦୁଇଟି ସ୍ଥାନକୁ ଡେଇଁ ବର୍ତ୍ତମାନ ୮ମ ସ୍ଥାନରେ ରହିଛି। ନଭେମ୍ବର ୨୦୨୨ ରେ କୋପ୍‌-୨୭ ରେ ପ୍ରକାଶିତ ସର୍ବଶେଷ ସିସିପିଆଇ ରିପୋର୍ଟରେ ଚାରିଟି ଛୋଟ ଦେଶ ଡେନମାର୍କ, ସ୍ବିଡେନ, ଚିଲି ଏବଂ ମରୋକୋ ଯଥାକ୍ରମେ ୪,୫,୬,୭ରେ ସ୍ଥାନୀତ ହୋଇ ଭାରତଠାରୁ ଭଳ ସ୍ଥିତିରେ ରହିଛନ୍ତି। କୌଣସି ଦେଶକୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ମାନ୍ୟତା ଦିଆଯାଇ ନ ଥିଲା। ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଭାରତର ମାନ୍ୟତା ସର୍ବୋତ୍ତମ ରହିଛି।

Share