Categories: ଜାତୀୟ

ସିସିଟିଭି ଫୁଟେଜ ଭାଇରାଲ, ମହିଳା ଡାକ୍ତରଙ୍କ କେଶକୁ ଟାଣି ଲୁହାରଡ୍‌ରେ ପିଟିଲେ…

ଅମରାବତୀ,୨୭।୮: ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଶ୍ରୀ ଭେଙ୍କଟେଶ୍ୱରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ସବୁଠି ଭୟର ବାତାବରଣ ଖେଳି ଯାଇଛି। ଏହି ଭିଡିଓରେ ଜଣେ ରୋଗୀ ମହିଳା ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛନ୍ତି। ସିସିଟିଭି ଫୁଟେଜରେ ଜଣେ ରୋଗୀ ମହିଳା ଡାକ୍ତରଙ୍କୁ କେଶରେ ଟାଣି ନେଉଥିବାର ନଜର ଆସିଛନ୍ତି। ତେବେ ଏହି ଘଟଣା ପରେ ଡାକ୍ତରଖାନାର ଡାକ୍ତରମାନେ ସେମାନଙ୍କ ସୁରକ୍ଷା ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆନ୍ଧ୍ରପ୍ରଦେଶର ଏକ ମେଡିକାଲରେ ଘଟିଥିଲା। ଯେଉଁଠାରେ ଜଣେ ମଦ୍ୟପ ରୋଗୀ ଜରୁରୀକାଳୀନ ବିଭାଗରେ ପଶି ଜଣେ ଇର୍ଣ୍ଟନଙ୍କ ଉପରେ ଆକ୍ରମଣ କରିଥିଲେ। ମେଡିକାଲରେ ଘଟିଥିବା ଏହି ଘଟଣା ଏବେ ହସ୍ପିଟାଲରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓରେ ରୋଗୀଜଣକ ଡାକ୍ତରଙ୍କ କେଶ ଧରି ହସ୍ପିଟାଲ ବେଡର ଥିଲା ଲୁହା ରଡ୍‌ରେ ତାଙ୍କ ମୁଣ୍ଡକୁ ଛେଚୁଥିବାର ନଜର ଆସିଛନ୍ତି। ତେବେ ୱାର୍ଡରେ ଉପସ୍ଥିତ ଥିବା ଅନ୍ୟ ଡାକ୍ତରମାନେ ସଙ୍ଗେ ସଙ୍ଗେ ଦୌଡିଯାଇ ସେହି ବ୍ୟକ୍ତିଙ୍କୁ ରୋକିଥିଲେ। ମହିଳା ଡାକ୍ତର ଏହି ଘଟଣାରେ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି।

Share