ନୂଆଦିଲ୍ଲୀ,୩୦।୧୨: କାର୍ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଶୁକ୍ରବାର ସକାଳ ୫.୩୦ରେ ତାଙ୍କ ଗାଡ଼ିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଡିଭାଇଡରରେ ପିଟିହୋଇ ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପନ୍ତ ଜୀବନ୍ତ ବାହାରକୁ ଆସିବାକୁ ଚମତ୍କାର ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ତାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ଦୁର୍ଘଟଣା ପରେ ପନ୍ତ ରାସ୍ତାକଡ଼ରେ ପଡ଼ିଥିବା ଦେଖାଯାଇଛି। ତାଙ୍କୁ ରାସ୍ତାଦେଇ ଯାଉଥିବା ଲୋକମାନେ ଉଦ୍ଧାର କରି ରୁର୍କି ଡାକ୍ତରଖାନାରେ ପହଞ୍ଚାଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଦେହରାଡୁନରେ ଥିବା ମାକ୍ସ ହସ୍ପିଟାଲକୁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ଆବଶ୍ୟକ ପଡ଼ିଲେ ତାଙ୍କୁ ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇପାରେ ବୋଲି କୁହାଯାଉଛି। ଉତ୍ତରାଖଣ୍ଡ ସରକାର ତାଙ୍କ ଚିକିତ୍ସାର ସମସ୍ତ ଖଚ୍ଚର୍ର୍ ତୁଲାଇବାକୁ ଘୋଷଣା କରିଛନ୍ତି। ଏପରିକି ଏୟାର ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
It happend just before I arrived there …it was horrible..i shoot this video ..it was terrible accident ..mufadlal bhai ..it happened in narsan village .. pic.twitter.com/lMAh2dJSsu
— naveen khaitan (@naveenkhaitan) December 30, 2022
WATCH – Rishabh Pant can be seen lying on road after meeting with an accident early morning on Friday. pic.twitter.com/RmiLfAlBOc
— TIMES NOW (@TimesNow) December 30, 2022