ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କଲେଜ ରୋଡ୍ରେ ଅବସ୍ଥିତ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଶନିବାର ସିସିଟିଭି କ୍ୟାମେରା ଲାଗିଥିବା ଜଣାପଡ଼ିଛି। ଗଞ୍ଜାମ ସହର ଦ ଇକୋ ଓ୍ବାରିଅର୍ ଏବଂଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ମିଳିତ ସହଯୋଗରେ ଉକ୍ତ ସିସିଟିଭି ଲାଗିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।
ଗତ କିଛି ବର୍ଷ ହେବ ଉକ୍ତ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୩ ଦିନିଆ ମାନସିକ ଦଣ୍ଡ ବିଭିନ୍ନ ଅଞ୍ଚଳ ଗସ୍ତ କରି ମାନସିକ ପୂରଣ କରିଥାନ୍ତି। ଗତ ମାସରେ ଗଞ୍ଜାମ ସହର ଓ ରମ୍ଭା ଅଞ୍ଚଳର ବିଭିନ୍ନ ମନ୍ଦିର ଏମିତିକି ଉକ୍ତ କାଳୀ ମନ୍ଦିରରୁ ମା’ଙ୍କ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଓ ଦାନ ହୁଣ୍ଡିରୁ ଟଙ୍କା ସୁନା ଲୁଟି ନେଇଥିଲେ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗଞ୍ଜାମ ଥାନାରେ ଏତଲା ଦିଆଯାଇଥିଲା।