୩ ସହରକୁ ଜଗିବ ସିସିଟିଭି

ଗଞ୍ଜାମ,୧୪।୮(ବିଦ୍ୟାଧର ସାହୁ ): ଛତ୍ରପୁର, ଗଞ୍ଜାମ ଏବଂ ରମ୍ଭା ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଇଛି। ଏହା ତାହା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁଙ୍କ ପକ୍ଷରୁ ସୂଚନା ମିଳିଛି। ଏମ୍‌ପିଙ୍କ ପାଣ୍ଠିରୁ ଛତ୍ରପୁର, ଗଞ୍ଜାମ ଏବଂ ରମ୍ଭା ସହରର ସିସିଟିଭି କ୍ୟାମେରା ଲଗାଯାଇଛି। ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଉପସ୍ଥିତ ରହିବେ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ସିସିଟିଭି ଅପରାଧୀଙ୍କୁ ଜଗିବ। ଏଣିକି ଅପରାଧୀମାନେ କିଛି ଅପରାଧ କରିବା ପୂର୍ବରୁ ଚିନ୍ତା କରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ଏମ୍‌ପି ସାହୁ ଓ ବିଧାୟକ ବେହେରାଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଂଶସା କରିଛନ୍ତି।

Share